ନୂଆଦିଲ୍ଲୀ : ଜାନୁଆରି ୩୧ ତାରିଖରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିଲେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଯାହାଫଳରେ ଦ୍ବନ୍ଦରେ ପଡ଼ିଥିଲେ ସାଧାରଣ ଲୋକେ । ତେବେ ଫେବୃଆରୀ ୨୯ ତାରିଖ ପରେ କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ୍ ଇନଷ୍ଟ୍ରୁମେଣ୍ଟ, ୱାଲେଟ୍ ଏବଂ ଫାଷ୍ଟାଗରେ ଜମା କିମ୍ବା ଟପ୍ ଅପ୍ ଗ୍ରହଣ କରିବାକୁ ବିରୋଧ କରିଛନ୍ତି ଆରବିଆଇ । ଅଧିକାଂଶ ଲୋକ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଏବଂ ପେଟିଏମ୍ ଆପ୍ କୁ ଗୋଟିଏ ଭାବି ଦ୍ବନ୍ଦରେ ରହିଛନ୍ତି । ଏହି ଦ୍ଵନ୍ଦକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ ଏକ ବଡ ବିବୃତି ପ୍ରକାଶ ପାଇଛି । ଆରବିଆଇ ପକ୍ଷରୁ ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି କି ଫେବୃଆରୀ ୨୯ ତାରିଖ ପରେ ପେଟିଏମ୍ ଆପ୍ ବନ୍ଦ ହେବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗ୍ରହଣ କରାଯାଇଥିବା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ନିୟାମକ କାର୍ଯ୍ୟାନୁଷ୍ଠାନ ପେଟିଏମ୍ ଆପ୍ ଉପରେ ପ୍ରଭାବ ପକାଇବ ନାହିଁ । ଏନେଇ ସାଧାରଣ ଲୋକଙ୍କୁ ଭୟଭୀତ ନ ହେବାକୁ କୁହାଯାଇଛି ।