28.1 C
Bhubaneswar
Friday, November 22, 2024
Homeଓଡିଶାମଞ୍ଚସ୍ଥ ହେବ ନାଟକ ଗାନ୍ଧୀଙ୍କ ଓଡିଶା

ମଞ୍ଚସ୍ଥ ହେବ ନାଟକ ଗାନ୍ଧୀଙ୍କ ଓଡିଶା

ରାୟଗଡା : ଆସନ୍ତା କାଲି ରାୟଗଡା ସହରର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ମଞ୍ଚସ୍ଥ ହେବ ନାଟକ ଗାନ୍ଧୀଙ୍କ ଓଡିଶା । ରାଜ୍ୟର 30ଟି ଜିଲ୍ଲାରେ ଏକାକାଳୀନ ଏହି ନାଟକ ମଞ୍ଚସ୍ଥ କରି ବିଶ୍ବ ରେକର୍ଡ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ ରାୟଗଡାରେ ମଧ୍ୟ ଏହି ନାଟକ ମଞ୍ଚସ୍ଥ ହେବାକୁ ଯାଉଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ରାୟଗଡାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ନାଟକ ମଞ୍ଚସ୍ଥ ହେବ । ଶଙ୍କର ତ୍ରିପାଠୀଙ୍କ ଦ୍ବାରା ରଚିତ ନାଟକକୁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକ କାଳୀନ ଗୋଟିଏ ନାଟକ ୩୦ଟି ଯାକ ଜିଲ୍ଲାରେ ୩୦ଜଣ ଲବ୍ଧ ପ୍ରତିଷ୍ଠ ନିର୍ଦ୍ଦେଶକଙ୍କ ଦ୍ବାରା ୩୦ ଜଣ ମଞ୍ଚ ଓ ଆଲୋକ ସଂଯୋଜକଙ୍କ ସହାୟତାରେ ୯୩୦ ଜଣ ଅଭିନେତା ଅଭିନେତ୍ରୀଙ୍କ ଦ୍ବାରା ମଞ୍ଚସ୍ତ ହେବ । ଏକ ସମୟରେ30 ଟି ଜିଲ୍ଲାରେ ମଞ୍ଚସ୍ଥ କରାଯାଇ ବିଶ୍ଵ ରେକର୍ଡ ସୃଷ୍ଟି କରିବା ଲକ୍ଷର ରହିଛି । ଅନୁରୂପ ରାୟଗଡ଼ା ଜିଲ୍ଲାରେ ଏହି ନାଟକକୁ ନିର୍ଦ୍ଦେଶନା ଦେଇ ମଞ୍ଚସ୍ଥ କରିବା ନିମନ୍ତେ ନାଟ୍ୟକାର ଓ ନିର୍ଦ୍ଦେଶକ ନାଟ୍ୟଶ୍ରୀ , ଡ. ନରେନ୍ଦ୍ର କୁମାର ମିଶ୍ରଙ୍କୁ ମନୋନୀତ କରାଯାଇଛି। ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟା ୬.୩୦ ମିନିଟ୍‌ରେ ନାଟକ ଟି ମଞ୍ଚସ୍ତ ହେବ। ତେବେ କୋରନା ମହାମାରୀ ସଂକ୍ରମଣ କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଦର୍ଶକଙ୍କ ସକାଶେ ବାଧ୍ୟତାମୂଳକ କରାଯାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking