28.1 C
Bhubaneswar
Sunday, June 23, 2024
Homeଓଡିଶାଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା; ଚଳଚଞ୍ଚଳ ହେଉଛି ରଥଖଳା

ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା; ଚଳଚଞ୍ଚଳ ହେଉଛି ରଥଖଳା

ପୁରୀ : ଆଗକୁ ଆସୁଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ଯେତିକି ଦିନ ପାଖେଇ ଆସୁଛି , ସେତିକି ଚଳଚଞ୍ଚଳ ହୋଇପଡୁଛି ରଥଖଳା । ପରମ୍ପରା ଅନୁସାରେ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ, ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ । ଏହାକୁ ଦୃଷ୍ଟିରେ ରଖି ଆଗେଇ ଚାଲିଛି ରଥନିର୍ମାଣ କାମ । ତେବେ ଏହାରି ଭିତରେ ୪ଟି ଦଣ୍ଡାର ଚଉପଟ କାମ ସରିଛି । ବିଶ୍ୱକର୍ମାମାନେ ଧଉରା କାଠ ଗଣ୍ଡିକୁ ବାରିସିରେ ହାଣି ଗରଗରା ଚଉପଟ କରୁଛନ୍ତି । ପ୍ରତି ରଥରେ ଦୁଇଟି ଗରଗରା ଲାଗିବ । ଗରଗରା ଉପରେ ରଥର ଉପର ଅଂଶର ସମ୍ପୂର୍ଣ୍ଣ ଭାରା ରହିବ । ରଥ ଅମିନ ରଥର ବିଭିନ୍ନ ଅଂଶ ପାଇଁ କାଠ ଯୋଗାଡ଼ିବାରେ ବ୍ୟସ୍ତ । ରଥ ଖଳାରେ କୋଣଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରଖିଛନ୍ତି ରୂପକାର ସେବକ । ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ତତ୍ତ୍ୱାବଧାନରେ ରଥର ପୋଲ ଗୟଳ କାମ ଚାଲିଛି । ୪୦ଫୁଟିଆ ଧଉରା କାଠରେ ଗୟଳ ତିଆରି ହେଉଛି । ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking