ପୁରୀ: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଏକ ବିଧି ସରିଛି । ଏନେଇ ତିନି ରଥର ଚାରି ନାହାକା ଉଠିଛି । ସ୍ନାନ ଯାତ୍ରାର ଯଥେଷ୍ଟ ପୂର୍ୱରୁ ରଥଖଳାରେ ତିନି ରଥର ଚାଲି ନାହାକା ଉଠିଛି । ପୂର୍ୱରୁ ତିନି ରଥର ପାଞ୍ଚ ଦଣ୍ଡା ସଂଯୁକ୍ତି ସରିଛି । ଅନ୍ୟପଟେ ରଥ ଉପକରଣ ବିକ୍ରି ନିମନ୍ତେ ଜାରି ହେଲା ନୂଆ ଏସଓପି । ଧାଯ୍ୟ ହେଲା ନୂଆ ଦର । ମହାପ୍ରଭୁ ଜଗନ୍ନାଥ ନନ୍ଦିଘୋଷ ରଥର ଚକ ପିଛା ଦାମ ୩ ଲକ୍ଷ ଟଙ୍କା । ବଡ ଠାକୁରଙ୍କ ତାଳଧ୍ୱଜ ରଥର ଚକ ପିଛା ଦାମ ୨ ଲକ୍ଷ ଟଙ୍କା ରହିଥିବା ବେଳେ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥର ଚକ ପିଛା ଦାମ ରହିଛି ଦେଢ ଲକ୍ଷ ଟଙ୍କା ।