28.1 C
Bhubaneswar
Monday, October 21, 2024
Homeଦେଶ ବିଦେଶନିରବିଲେ ବିଶିଷ୍ଟ କଣ୍ଠଶିଳ୍ପୀ ରଶିଦ୍ ଖାନ୍‌

ନିରବିଲେ ବିଶିଷ୍ଟ କଣ୍ଠଶିଳ୍ପୀ ରଶିଦ୍ ଖାନ୍‌

ମୁମ୍ବାଇ: ଦେଶର ଖ୍ୟାତନାମା ଶାସ୍ତ୍ରୀୟ ଗାୟକ ତଥା ସଂଗୀତ ସମ୍ରାଟ୍ ଉସ୍ତାଦ୍ ରଶିଦ୍ ଖାନ୍‌ଙ୍କ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପରିବାର ସୂତ୍ରରୁ ମିଳିଥିବା ତାଙ୍କ ପରଲୋକ ଗତ ସମ୍ବାଦ ସମସ୍ତ ସଂଗୀତ ଜଗତକୁ ସ୍ତବ୍ଧ କରିଦେଇଛି । ରିପୋର୍ଟ ଅନୁସାରେ ସଂଗୀତକାର ରଶିଦ୍ ଖାନ୍ ଦୀର୍ଘ ସମୟ ଧରି କ୍ୟାନସର ଭଳି ମହାମାରୀ ସହ ଲଢ଼େଇ ଲଢ଼ିଆସୁଥିଲେ । କିନ୍ତୁ ମଙ୍ଗଳବାର ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଆସନ୍ତା କାଲି ଅର୍ଥାତ୍ ବୁଧବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ରଶିଦ୍ ଖାନ୍‌ଙ୍କ ପ୍ରାରମ୍ଭିକ ସଂଗୀତ ଶିକ୍ଷା ତାଙ୍କ ଜେଜେବାପା ଉସ୍ତାଦ୍ ନାସିର ହୁସୈନ୍‌ଙ୍କ ଠାରୁ ଆରମ୍ଭ ହୋଇଥିଲା । ସେହିପରି ସେ ଉସ୍ତାଦ୍ ଗୁଲାମ ମୁସ୍ତଫା ଖାନ୍‌ଙ୍କ ଭଣଜା ଥିଲେ । ୨୦୦୪ରେ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇଙ୍କ କିସ୍‌ନା’ ଫିଲ୍ମରୁ ଜଣେ ପେଶାଦାର କଣ୍ଠଶିଳ୍ପୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ରଶିଦ୍ ଖାନ୍ । ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ସଂଗୀତକୁ ସେ ନିଜ ପ୍ରଶଂସକଙ୍କୁ ଭେଟି ଦେଇଥିଲେ । ଅନେକ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ । ତେବେ ଶାହିଦ୍ କପୁର ଓ କରୀନା କପୁରଙ୍କ ଅଭିନୀତ ଫିଲ୍ମ ଜବ୍ ୱି ମେଟ୍‌’ ଚଳଚ୍ଚିତ୍ରରେ ‘ଆଓଗୋ ଜବ୍ ତୁମ୍ ସଜ୍‌ନା’ ସଂଗୀତ ତାଙ୍କୁ ଦର୍ଶକାଦୃତି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking