26.1 C
Bhubaneswar
Thursday, November 28, 2024
Homeମନୋରଞ୍ଜନ୫୯ବର୍ଷରେ ରାପର କୁଲିଓଙ୍କ ଦେହାନ୍ତ

୫୯ବର୍ଷରେ ରାପର କୁଲିଓଙ୍କ ଦେହାନ୍ତ

ମୁମ୍ବାଇ :  ପ୍ରସିଦ୍ଧ ରାପର କୁଲିଓଙ୍କର ପରଲୋକ । ସେ ଲସ୍ ଆଞ୍ଜେଲସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୫୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି।ସେପ୍ଟେମ୍ବର ୨୮ରେ କୁଲିଆ ଏକ ବନ୍ଧୁଙ୍କ ଘରର ବାଥରୁମରେ ଚେତାଶୂନ୍ୟ ହୋଇ ପଡିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ। ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଗୀତ ଦେବା ସହ ‘ଗ୍ୟାଙ୍ଗଷ୍ଟା ପାରାଡାଇଜ୍’ ରେ ଅନେକ ଖ୍ୟାତି ଅର୍ଜନ କରିଥିଲେ।ସେ ତାଙ୍କ ଗୀତ କ୍ୟାରିୟରରେ ଅନେକ ସ୍ମରଣୀୟ ଗୀତ ଦେଇଛନ୍ତି।

କୁଲିଓ ୮୦ଦଶକରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ଦୀର୍ଘ ୧୫ ବର୍ଷ ଅପେକ୍ଷା କରିବା ପରେ୧୯୯୫ ମସିହାରେ ଗାଗଷ୍ଟା ପାରାଡାଇଜ୍ ସହିତ ଲୋକପ୍ରିୟତା ହାସଲ କରିଥିଲେ । ଏହି ସାଉଣ୍ଡଟ୍ରାକ୍ ହେତୁ ତାଙ୍କୁ ଗ୍ରାମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ରାପର୍ ହେବା ବ୍ୟତୀତ ସେ ଅଭିନୟରେ ମଧ୍ୟ ନିଜର ଚେଷ୍ଟା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking