ନୂଆଦିଲ୍ଲୀ : ଆଜି ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ରାଫେଲ ସାମିଲ ହେବ। ହରିଆଣାର ଆମ୍ବାଲା ଏୟାରବେସ୍ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଏନେଇ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବାୟୁସେନାକୁ ୫ ରାଫେଲ ହସ୍ତାନ୍ତର କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।ସେଠାରେ ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଯୋଗ ଦେବେ। ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଆଣିଛି ଭାରତ ।
ଏହା ସହ ସାରଙ୍ଗ ଏରୋବାଟିକ୍ ଟିମ୍ ଅମ୍ବାଲା ଏୟାରବେସରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମର ଗୌରବ ବଢ଼ାଇବେ । ଏହି ଦଳ ରାଫେଲଙ୍କୁ ତାଙ୍କର ଅନନ୍ୟ କୌଶଳ ସହିତ ଅଭିବାଦନ ଜଣାଇବ । ସୁଖୋଇ ଏବଂ ଜାଗୁଆର ଯୁଦ୍ଧ ବିମାନ ଫ୍ଲାଏପାଷ୍ଟ କରିବାର ଯୋଜନା ରହିଛି । ଶେଷରେ, ପାରମ୍ପାରିକ ଶୈଳୀରେ ପୁନର୍ବାର ରାଫେଲ ବିମାନକୁ ଏକ ପାଣି ତୋପ ସଲାମି ଦିଆଯିବ।