19.1 C
Bhubaneswar
Monday, November 18, 2024
Homeଅପରାଧନାବାଳିକା ନାତୁଣୀ ସହ ଦୁଷ୍କର୍ମ, ଅଭିଯୁକ୍ତ ଜେଜକୁ ୧୦ ବର୍ଷ ଦଣ୍ଡାଦେଶ

ନାବାଳିକା ନାତୁଣୀ ସହ ଦୁଷ୍କର୍ମ, ଅଭିଯୁକ୍ତ ଜେଜକୁ ୧୦ ବର୍ଷ ଦଣ୍ଡାଦେଶ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିବା ଏକ ନାବାଳିକା ନାତୁଣୀକୁ ଦୁଷ୍କର୍ମ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି । ସାକ୍ଷୀମାନଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ବାରିପଦା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପକ୍‌ସୋ କୋର୍ଟ ଜଜ୍ ସୁମିତା ଜେନା ଅଭିଯୁକ୍ତ ଜେଜେ (୭୪)କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୩ ହଜାର ଟଙ୍କା ଜରିମନା ଓ ଜରିମାନା ଅନାଦେୟ ଅଧିକ ୪ ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ତୁରନ୍ତ ପୈଠ କରିବାକୁ କୋର୍ଟ, ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୮ ଅପ୍ରେଲ ୨୭ ତାରିଖରେ ନାବାଳିକା ଜଣକ ସମ୍ପର୍କୀୟ ଜେଜେଙ୍କ ସହ ଛେଳି ଚରାଇବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିଲା । ତେବେ ଜଙ୍ଗଲରେ ନାବାଳିକା ନାତୁଣୀକୁ ଦୁଷ୍କର୍ମ କରିଥିଲା ଜେଜେ । ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଧମକ ବି ଦେଇଥିଲା । ହେଲେ ଘରକୁ ଫେରିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା । ପରେ ଏ ନେଇ ଝାରପୋଖରିଆ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ଦିନଠୁ ଅଭିଯୁକ୍ତ ବାରିପଦା ସର୍କଲ ଜେଲରେ ବିଚରାଧୀନ ବନ୍ଦୀ ଭାବେ ଜୀବନ ବିତାଉଥିବା ବେଳେ ନାବାଳିକା ଜଣକ ଗର୍ଭବତୀ ପରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଖବର ରହିଛି । ଏହି ମାମଲାରେ ୨୦ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅଭିନ୍ନ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking