17.1 C
Bhubaneswar
Friday, January 3, 2025
Homeଅପରାଧଗଣଦୁଷ୍କର୍ମ ମାମଲା: ରବି ନାରାୟଣ ନାଏକଙ୍କ ଇସ୍ତଫା ଦାବି କଲା ବିଜେଡି

ଗଣଦୁଷ୍କର୍ମ ମାମଲା: ରବି ନାରାୟଣ ନାଏକଙ୍କ ଇସ୍ତଫା ଦାବି କଲା ବିଜେଡି

ଭୁବନେଶ୍ୱର: କୁଚିଣ୍ଡା ଗଣଦୁଷ୍କର୍ମ ମାମଲାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ଏହି ଘଟଣରେ ପୋଲିସ କି ପ୍ରଶାସନ ଧ୍ୟାନ ଦେଉ ନାହାନ୍ତି । ପୀଡିତାଙ୍କୁ ନ୍ୟାୟ ଦେଲେନି । ଏହାକୁ ଚାପିବାକୁ ପ୍ରଶାସନ ପୁରା ଲାଗି ପଡ଼ିଥିଲେ । ଘଟଣାର ସମ୍ବେଦନଶୀଳ ଦିଗକୁ ଦେଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଫ୍ୟାକ୍ତ ଫାଇଣ୍ଡିଂ ଟିମ ଗଠନ କଲେ । ଆମେ ପୀଡିତାଙ୍କ ଗାଁକୁ ଯାଇ ପରିବାର ସହ ଆଲୋଚନା କଲୁ । ମାମଲା ଚାପିବାକୁ ହୀନ ରାଜନୀତି କରାଯାଉଥିଲା । ଏହା ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଇଙ୍ଗିତରେ ଚାପିବାକୁ ଚେଷ୍ଟା କରୁଥିବା ଆମେ ଜାଣିବାକୁ ପାଇଲୁ । ୧୫ ଅକ୍ଟୋବରରେ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ କରମା ପୂଜା ଆୟୋଜନ ହୋଇଥିଲା । ରବି ନାଏକ ନିଜେ ଉପସ୍ଥିତ ଥିଲେ । ଝିଅ ସମ୍ପର୍କୀୟ ଘରେ ରହି ପୂଜା ଦେଖୁଥିଲା । ଝିଅର ଜଣେ ସମ୍ପର୍କୀୟ କାହ୍ନା ଛତ୍ରିଆ ତାକୁ ଘରେ ଛଶଡିବାକୁ କହି ଡାକି ଗାଡିରେ ନେଲେ । ସେତେବେଳେ ଗାଡିରେ ଆହୁରି ୪ ଜଣ ପୁଅ ଉପସ୍ଥିତ ଥିଲେ । ସେ ଭିତରୁ ଗାଡି ଡ୍ରାଇଭର ହରିହର ପାଣି ହେଉଛନ୍ତି ରବି ନାଏକଙ୍କ ଅତ୍ୟନ୍ତ ଘନିଷ୍ଠ । କରମା ପୂଜା ହେଉଥିବା ଏକ କିଲୋମିଟର ଦୂର କ୍ଲବ ନେଇ ନିଶା ଦେଇ ଗଣଦୁଷ୍କର୍ମ କରାଗଲା । ଝିଅ ସମସ୍ତଙ୍କୁ ଜାଣିଛି । ଏହା ପରେ କାହ୍ନା ତାକୁ ଛାଡିବାକୁ ଗଲା । ଝିଅ ଯେଉଁଠି ଥିଲା ସେଠାକୁ ସୁଶୀଲ କର ନାମରେ ଜଣେ ଲୋକ ଆସିଥିଲେ । ବିଜେପି ନେତା ସୁଶୀଲ କର ଆସି ପୀଡିତାଙ୍କ ବାପାଙ୍କୁ ସେ ଏହି ଘଟଣା ସମ୍ପର୍କରେ ଜାଣିଥିବା କଥା କହିଥିଲେ । ହେଲେ ଝିଅ କିଏ ମୁଁ ଜାଣି ନଥିଲି । ଯଦି ଜାଣିଥିଲେ ସେ ପୋଲିସ କି ମନ୍ତ୍ରୀଙ୍କୁ କାହିଁକି ଜଣେଇଲେ ନାହିଁ ? ଅନ୍ୟପଟେ ପୋଲିସକୁ ନ କହିବାକୁ ସୁଶୀଲ ବାରଣ କରିଥିଲେ । ପୋଲିସ ପାଖକୁ ପୀଡିତା ଗଲେ, ହେଲେ ପୋଲିସ ପାଖରେ ହରିହର ବସିଥିଲା । ଯାହାକୁ ଦେଖି ପୀଡିତା ଡରିଗଲା ଓ କିଛି କହିବନି ବୋଲି କହିଲା । କାରଣ ଦୁଷ୍କର୍ମ ସମୟରେ ପୀଡିତାଙ୍କ ତଣ୍ଟି ଚିପିଥିଲେ ହରିହର । ତାହା ପରେ ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ ନ କରି କରି ଅପହରଣ ମାମଲା କରିଥିଲା । ଡାକ୍ତର ମାଇନା ପାଇଁ ଗଲା ବେଳେ ପୋଲିସ କନଷ୍ଟେବଳ ବିଳାସିନୀ ପ୍ରଧାନ କିଛି ନ କହିବାକୁ କହିଲେ । ୧୫ ତାରିଖରେ ଘଟଣା ଘଟିଥିବା ବେଳେ ୧୮ ତାରିଖରେ ଡାକ୍ତରୀ ମାଇନା ହୋଇଛି । ଲଜ୍ଜାଜନକ କଥା, କିପରି ପୋଲିସ ଓ ମନ୍ତ୍ରୀ ମାମଲାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ମନ୍ତ୍ରୀଙ୍କ ତତ୍ୱାବଧାନରେ କରମା ପୂଜା ହେଉଥିଲା, ସେଇଠି ପୋଲିସ ସୁରକ୍ଷା ତ ଥିବ ? ହେଲେ ଏତେ ବଡ ଘଟଣା ଘଟିଲା ମନ୍ତ୍ରୀ କି ପୋଲିସକୁ କିପରି ଜଣାପଡିଲା ନାହିଁ ? ଏହି ସମସ୍ତ ରିପୋର୍ଟ ଆମେ ନବୀନ ପଟ୍ଟନାୟକଙ୍କୁ ଦେଇଛୁ ବୋଲି ସମ୍ମିଳନୀରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking