15.1 C
Bhubaneswar
Tuesday, January 20, 2026
Homeଅପରାଧବଳାତ୍କାର ମାମଲା: ଦୋଷୀକୁ ୧୦ ବର୍ଷ ଜେଲ

ବଳାତ୍କାର ମାମଲା: ଦୋଷୀକୁ ୧୦ ବର୍ଷ ଜେଲ

କଟକ: ଜଗତପୁର ଥାନା ଅଞ୍ଚଳରେ ୪ ବର୍ଷ ପୂର୍ବେ ଘଟିଥିବା ବଳାତ୍କାର ମାମଲାରେ କଟକ ସ୍ୱତନ୍ତ୍ର ଆଡହକ ଅତିରିକ୍ତ ଜିଲାଜଜ କୋର୍ଟ ଅଭିଯୁକ୍ତ ଦେବେନ୍ଦ୍ର ରାଉତ ଓରଫ ବୁଟୁନା (୪୦)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଆସାମୀକୁ ୧୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କ ଉପରେ ୨୦ ହଜାର ଟଙ୍କାର ଜୋରିମାନା କରାଯାଇଛି। ଜୋରିମାନା ଅନାଦାୟ ଆସାମୀ ଅଧିକ ଏକ ବର୍ଷ ଜେଲ୍‌ଦଣ୍ଡ ଭୋଗିବ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି।

ଅପରପକ୍ଷରେ ପୀଡ଼ିତାଙ୍କୁ ୬ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଲାଗି କଟକ ଜିଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୦ ଅକ୍ଟୋବର ୩ରେ ପୀଡ଼ିତା ବାହାରକୁ ଯାଇଥିଲାବେଳେ ଅଭିଯୁକ୍ତ ବୁଟୁନା ବଳାତ୍କାର କରିବା ପରେ ଛାଡ଼ି ଦେଇଥିଲା। ପୀଡ଼ିତା ଜଣକ କାନ୍ଦିକାନ୍ଦି ଆସି ଏହି କଥା ଘରେ କହିଥିଲେ। ପୀଡ଼ିତାଙ୍କ ମା’ ଏନେଇ ଜଗତପୁର ଥାନାରେ ଏତଲା ଦେବା ପରେ ପୁଲିସ ଟୁକୁନାକୁ ଗିରଫ କରିଥିଲା।ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ମାମଲା ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking