ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପରେ ବୋର୍ଡ ନିଗମ କମିଶନ ପଦ ପଦବୀ ଘୋଷଣା କରାଯାଇଛି । ନିଷ୍ପତ୍ତି ସରିଛି, ଘୋଷଣା ବାକି ଅଛି କହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ଏହା ସହ ସେ କହିଛନ୍ତି ଯେ ନୂଆପଡା ଉପନିର୍ବାଚନ ପାଇଁ ଘୋଷଣା ହୋଇ ପାରିନାହିଁ । କେବଳ ବିଜେପି ରାଜ୍ୟ ପଦାଧିକାରୀ ଟିମ୍ ଘୋଷଣା ହୋଇଛି । ଉପନିର୍ବାଚନ ପରେ ହିଁ ବୋର୍ଡ ନିଗମ, କମିଶନ ପଦ ପଦବୀ ଘୋଷଣା ହେବ ।










