18.1 C
Bhubaneswar
Monday, November 25, 2024
Homeମନୋରଞ୍ଜନଏପ୍ରିଲ ୧୪ରୁ ରଣବୀର ଓ ଆଲିୟାଙ୍କ ମେହନ୍ଦି ଉତ୍ସବ

ଏପ୍ରିଲ ୧୪ରୁ ରଣବୀର ଓ ଆଲିୟାଙ୍କ ମେହନ୍ଦି ଉତ୍ସବ

ମୁମ୍ବାଇ : ବଲିଉଡ୍‌ର ହଟ୍‌ ଯୋଡ଼ି ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ବିବାହ ଚର୍ଚ୍ଚା ଏବେ ଜୋର୍‌ ଧରିଛି । ଇତିମଧ୍ୟରେ ଖବର ଆସିଛି, ଉଭୟଙ୍କ ବିବାହ ପାଇଁ ଦିଲ୍ଲୀ ଓ ଲକ୍ଷ୍ନୌରୁ ସ୍ୱତନ୍ତ୍ର ସେଫ୍‌ଙ୍କୁ ଡକାଯାଇଛି । ସେତିକି ନୁହେଁ, ବିବାହରେ କନ୍ୟା ଅର୍ଥାତ୍‌ ଆଲିୟାଙ୍କ ପାଇଁ ୨୫ଟି ସ୍ପେଶାଲ୍‌ ଶାକାହାରୀ ଫୁଡ୍‌ କାଉଣ୍ଟର୍‌ ରହିବ । କାରଣ ଆଲିୟା ଶାକାହାରୀ ।

ଚର୍ଚ୍ଚା ହୁଏ, କପୁର ପରିବାର ଖାଦ୍ୟ ପ୍ରତି ପ୍ରବଳ ରୁଚି ରଖେ । ତେଣୁ ରଣବୀରଙ୍କ ବିବାହ ପାଇଁ ମା’ ନିତୁ କପୁର ଦିଲ୍ଲୀ ଓ ଲକ୍ଷ୍ନୌରୁ ଖୋଜି ଖୋଜି ସ୍ପେଶାଲ୍‌ ସେଫ୍‌ଙ୍କୁ ଡାକିଛନ୍ତି । ବିବାହ ଭୋଜିରେ ବିଭିନ୍ନ ପ୍ରକାର ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟଞ୍ଜନ ରହିବ । ଏଥିସହ ଦିଲ୍ଲୀର ସ୍ପେଶାଲ୍‌ ଚାଟ୍‌ କାଉଣ୍ଟର୍‌ ବି ହେବ । ଏହି ଯୋଡ଼ିଙ୍କ ବିବାହ ଉତ୍ସବ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ । ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଓ ଭବ୍ୟ ବିବାହ ଉତ୍ସବ ଚେମ୍ବୁର ସ୍ଥିତ ‘ଆର୍‌କେ ହାଉସ୍‌’ରେ ଅନୁଷ୍ଠିତ ହେବ । ୩-୪ ଦିନର ଉତ୍ସବ ପରେ ପଞ୍ଜାବୀ ରୀତିନୀତିରେ ଉଭୟ ଏପ୍ରିଲ ୧୭ ତାରିଖରେ ବିବାହ କରିବେ । ବିବାହ ପରେ ରଣବୀର-ଆଲିୟା ମୁମ୍ବାଇର ଗୁରୁଦ୍ୱାରାରେ ଲଙ୍ଗର ଆୟୋଜନ କରିବେ ।

ସୂଚନାଯୋଗ୍ୟ, ଏହି ଗୁରୁଦ୍ୱାରାରେ ରଣବୀରଙ୍କ ମା’ବାପା ନିତୁ କପୁର ଓ ଋଷି କପୁର ଲଙ୍ଗର ଆୟୋଜନ କରିଥିଲେ । ତେବେ ଗୁରୁଦ୍ୱାରାକୁ ରଣବୀର-ଆଲିୟା ଆସିବେ ନାହିଁ । ସେମାନଙ୍କ ତରଫରୁ ଲଙ୍ଗର ଦିଆଯିବ । ସୂଚନା ଅନୁସାରେ, ଉଭୟ ନିଜ ବିବାହ ଟିମ୍‌କୁ ନନ୍‌ ଡିସ୍‌କ୍ଲୋଜର୍‌ ଏଗ୍ରିମେଣ୍ଟ’ରେ ସାଇନ୍‌ କରାଇଛନ୍ତି । ଅର୍ଥାତ ବିବାହ ଆୟୋଜନର କୌଣସି ଫଟୋ ବା ଭିଡିଓ କିମ୍ବା ସୂଚନା ବାହାରେ ଲିକ୍‌ କରିବାର ଅନୁମତି ସେମାନଙ୍କୁ ଦିଆଯିବ ନାହିଁ । ରିପୋର୍ଟ ଅନୁସାରେ, ଆସନ୍ତା ଏପ୍ରିଲ ୧୪ ତାରିଖରେ ଉଭୟଙ୍କ ମେହନ୍ଦି ଉତ୍ସବ ଅନୁଷ୍ଠିତ ହେବ । ଏହା ପରେ ହଳଦୀ, ସଙ୍ଗୀତ ସମେତ ଅନେକ ଉତ୍ସବ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking