18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଆରପାରିରେ ରାମୋଜୀ ରାଓ; ୮୭ ବର୍ଷ ବୟସରେ ପରଲୋକ

ଆରପାରିରେ ରାମୋଜୀ ରାଓ; ୮୭ ବର୍ଷ ବୟସରେ ପରଲୋକ

ବିଶାଖାପଟନମ:  ରାମୋଜୀ ରାଓ ଗ୍ରୁପର ପ୍ରତିଷ୍ଠାତା, ଗଣମାଧ୍ୟମ ଶିଳ୍ପରେ ବିପ୍ଳବ ସୃଷ୍ଟିକାରୀ ତଥା ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ଚେରୁକୁରି ରାମୋଜୀ ରାଓଙ୍କର ଆଜି ଭୋର ସମୟରେ ପରଲୋକ ହୋଇଯାଇଛି । ପରିବାର ସୂତ୍ରରୁ ମିଳିଥିବା ସୂଚନାନୁସାରେ ଆଜି ଭୋର ପ୍ରାୟ ୩ଟା ୩୫ ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ପ୍ରକାଶ, ରାମୋଜୀ ରାଓ ଦୀର୍ଘ ଦିନ ଧରି ବୟସାଧିକ୍ୟ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିବା ବେଳେ ଗତ ୫ ତାରିଖ ଅପରାହ୍ନ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡିଯାଇଥିଲା । ଉଚ୍ଚ ରକ୍ତଚାପ ସାଙ୍ଗକୁ ସେ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ଆଜି ଭୋର ସମୟରେ ଡାକ୍ତରୀ ଦଳଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ରାମୋଜୀ ରାଓଙ୍କ ପରଲୋକ ହୋଇଛି ।
ପ୍ରକାଶ, ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାମୋଜୀ ରାଓଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ୱର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ ସହ ଇନାଡୁ, ଇଟିଭି ଗ୍ରୁପ୍ ମଧ୍ୟ ପ୍ରତିଷ୍ଠା କରିଥିଲେ । ମିଡିଆ ଓ ଭାରତୀୟ ଫିଲ୍ମ ଶିଳ୍ପ ପ୍ରତି ରାମୋଜୀ ରାଓଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ କ୍ଷେତ୍ରରେ ନିଜ ପାରଦର୍ଶୀତା ନିମନ୍ତେ ସେ ୪ଟି ଫିଲ୍ମ ଫେୟାର ପୁରସ୍କାର ଓ ଏକ ରାଷ୍ଟ୍ରୀୟ ଫିଲ୍ମ ଫେୟାର ପୁରସ୍କାର ପ୍ରାପ୍ତ କରିଥିଲେ । ରାମୋଜୀ ରାଓଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାର ପେଦାପରୁପୁଡି ଗାଁରେ ଏକ ଚାଷୀ ପରିବାରରେ ହୋଇଥିଲା । ମାତ୍ର କଠିନ ଅଧ୍ୟବସାୟ ବଳରେ ସେ ଶିକ୍ଷା, ଖାଦ୍ୟ ତଥା ହୋଟେଲ ବ୍ୟବସାୟରେ ବି ପ୍ରତିଷ୍ଠିତ ହୋଇ ପାରିଥିଲେ ।
ରାମୋଜୀ ରାଓଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ରାମୋଜୀ ରାଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ ଯିଏକି ଭାରତୀୟ ଗଣମାଧ୍ୟମରେ ବିପ୍ଳବ ଆଣିଥିଲେ । ତାଙ୍କର ସମୃଦ୍ଧ ଅବଦାନ ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଯାଇଛି । ମୋଦୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking