19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆରମ୍ଭ ହେଲା ଇସଲାମ ଧର୍ମର ପବିତ୍ର ମାସ ରମଜାନ

ଆରମ୍ଭ ହେଲା ଇସଲାମ ଧର୍ମର ପବିତ୍ର ମାସ ରମଜାନ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଏହି ମାସରେ “ରୋଜା” ଅର୍ଥାତ ଉପବାସ ରଖାଯାଇଥାଏ । ମୁସଲମାନ ଭାଇ ଓ ଭଉଣୀ ମାନେ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କୌଣସି ଖାଦ୍ୟ ପେୟ ଗ୍ରହଣ କରନ୍ତିନାହିଁ । ଏହି ସମୟରେ ସେମାନେ ପ୍ରାର୍ଥନା କରିବା ସହିତ କୁରାନ ପାଠ କରିଥାନ୍ତି । ଏପରିକି ଦାନ ମଧ୍ୟ କରିଥାନ୍ତି । ଏହା ଚଳିତବର୍ଷ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଅପ୍ରେଲ ୯ରେ ସରିବ ।ମାସ ସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ । ତେବେ ରମଜାନ ପାଇଁ ସଜେଇ ହୋଇଛି ମସଜିଦ୍ । ରମଜାନ ମାସକୁ ନଜରରେ ରଖି ମସଜିଦରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଘରେଘରେ ହୋଇଛି ପ୍ରସ୍ତୁତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking