19.1 C
Bhubaneswar
Sunday, November 24, 2024
Homeଓଡିଶା୧୮ ବର୍ଷରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଓଡ଼ିଶାବାସୀଙ୍କୁ ମାଗଣା ଟିକା ଦେବା ନିଷ୍ପତ୍ତି...

୧୮ ବର୍ଷରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଓଡ଼ିଶାବାସୀଙ୍କୁ ମାଗଣା ଟିକା ଦେବା ନିଷ୍ପତ୍ତି ସ୍ୱାଗତ୍ୟଯୋଗ୍ୟ : ରାମଚନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ୱର:ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଡକ୍ଟର ରାମଚନ୍ଦ୍ର  ବିଭିନ୍ନ ସ୍ତରରୁ
ହୋଇଥିବା ବିଚାରକୁ ନେଇ କୋଭିଡ଼୍ ଟିକା ସଂପୂଣ୍ଣ ମାଗଣା ଦେବା ପାଇଁ ଘୋଷଣା କରିଥିବାରୁ
ରାଜ୍ୟ ସରକାର ନିଷ୍ପତ୍ତି କରିଥିବାରୁ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ
ଓ କୃତଜ୍ଞତା ଜଣାଇଛନ୍ତି । ଝାରଖଣ୍ଡ ଓ ରାଜସ୍ଥାନ ରାଜ୍ୟ ସରକାର ମଧ୍ୟ ମାଗଣା ଟିକା ଦେବା
ପାଇଁ ଅନୁରୂପ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୧୫ ମାସ ଧରି କରୋନା ସଂକ୍ରମଣ ପରସ୍ଥିତିରେ
କୋଟି କୋଟି ଶ୍ରମିକ ଓ ପ୍ରବାସୀ ଶ୍ରମିକ ରୋଜଗାର ହରାଇ ଦୁଃଖରେ କାଳତିପାତ କରୁଥିବାବେଳେ
ଏବଂ କେନ୍ଦ୍ର ସରକାର ଭୂଲ ଅର୍ଥ ନୀତି ଫଳରେ ପେଟ୍ରୋଲ ଓ ଡ଼ିଜେଲ ଗ୍ୟାସ ଦର ବୃଦ୍ଧି ଓ
ଅତ୍ୟାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ଦର ବୃଦ୍ଧି ଲୋକଙ୍କ ପାଇଁ ଏକ ସଙ୍କଟମୟ ପରିସ୍ଥିତି
ହୋଇଥିବାବେଳେ ସରକାରଙ୍କ ପାଇଁ ୬୦୦ ଟଙ୍କା ଓ ବେସରକାରୀ ଡାକ୍ତରଖାନା ପାଇଁ ୧୨୦୦
ଟଙ୍କା ମୂଲ୍ୟ ଧାର୍ଯ୍ୟ କରିବା ଦୁଃଖ ଓ ପରିତାପର ବିଷୟ । କେନ୍ଦ୍ର ସରକାର ସାର୍ବଜନିକ ସ୍ୱାସ୍ଥ୍ୟ
ଚିକିତ୍ସା ବ୍ୟବସ୍ଥା କରିଛନ୍ତି କହୁଥିବାବେଳେ କୋଭିଡ଼୍ ଟିକା ପାଇଁ ମୂଲ୍ୟ ଧାର୍ଯ୍ୟ କରିବା ଆଦୌଂ
ଗ୍ରହଣୀୟ ନୁହେଁ ।
କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ୧୮ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ସମସ୍ତ
ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ପାଇଁ ଦାବୀ କରିଥିଲେ । କେନ୍ଦ୍ର ସରକାର ଏଥିରେ ପଛଘୁଂଚା
ଦେଲେ ମଧ୍ୟ ଓଡ଼ିଶା ରାଜ୍ୟ ସରକାର ଆଗଭର ହୋଇ ୧୮ ବର୍ଷ ରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ
ସମସ୍ତଙ୍କୁ ମାଗଣାରେ ଟିକା ଦେବା ବୋଲି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଡକ୍ଟର ଖୁଂଟିଆ
ସ୍ୱାଗତ ଓ ଅଭିନନ୍ଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking