25.1 C
Bhubaneswar
Sunday, October 20, 2024
Homeମନୋରଞ୍ଜନଖାଲି ପାଦରେ ବିମାନବନ୍ଦରରେ ନଜର ଆସିଲେ ରାମ ଚାରଣ

ଖାଲି ପାଦରେ ବିମାନବନ୍ଦରରେ ନଜର ଆସିଲେ ରାମ ଚାରଣ

ମୁମ୍ବାଇ : ରାମ ଚରଣ ଏବଂ ଜୁନିୟର୍ ଏନଟିଆରଙ୍କ ଫିଲ୍ମ ‘RRR’ ଅନେକ ପ୍ରଶଂସା ସାଉଁଟିବାରେ ଲାଗିଛି। ଖୁବ୍ ଶୀଘ୍ର ତାଙ୍କୁ ଆହୁରି ଅନେକ ପପୁଲାର୍ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ। ହିନ୍ଦୀ ସିନେମାର ଦର୍ଶକଙ୍କ ମଧ୍ୟରେ ରାମ ଚରଣଙ୍କ ଲୋକପ୍ରିୟତା ମଧ୍ୟ କମ୍ ନୁହେଁ । ତାଙ୍କର ଟିକିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଚାହିଁ ରହିଥାନ୍ତି। ଏହି ସମୟରେ, ରାମ ଚରଣ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଛନ୍ତି। କିନ୍ତୁ ଏଠାରେ ସେ ଯେଉଁ ଅନ୍ଦାଜରେ ନଜର ଆସିଛନ୍ତି ତାହା ଖୁବ୍ ଚର୍ଚ୍ଚା ହେଉଛି।

ରବିବାର ଦିନ ମୁମ୍ବାଇର ପ୍ରଇଭେଟ୍ ବିମାନବନ୍ଦରରେ ରାମ ଚରଣଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଠାରେ ତାଙ୍କୁ କଳା କୁର୍ତ୍ତା, ହାତରେ ନାରଙ୍ଗୀ ଗାମୁଛା ଏବଂ ଖାଲି ପାଦରେ ଦେଖିବାକୁ ମିଳିଥିଲା ​। ତାଙ୍କର ଏପରି ଲୁକର କାରଣ ଆୟାପ୍ପା ଦିକ୍ଷା । ରାମ ଚରଣ ବହୁ ବର୍ଷ ଧରି କେରଳର ସାବରିମାଲା ମନ୍ଦିରକୁ ଯାଉଛନ୍ତି। କିନ୍ତୁ ଏହାପୂର୍ବରୁ ସେ ୪୧ ଦିନ ପର୍ଯ୍ୟନ୍ତ କଡ଼ା ଉପବାସ ଏବଂ ସମସ୍ତ ନିୟମ ପାଳନ କରନ୍ତି। ଏହା ପରେ ସେ ସାବରିମାଲା ମନ୍ଦିର ପରିଦର୍ଶନ କରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking