19.1 C
Bhubaneswar
Monday, November 18, 2024
Homeମନୋରଞ୍ଜନଫିଲ୍ମ ଚୟନ ସମୟରେ ସତର୍କ ରୁହନ୍ତି ରକୁଲ, କହିଲେ କିପରି ପ୍ରୋଜେକ୍ଟ କରିବାକୁ ଚାହାଁନ୍ତି ଅଭିନେତ୍ରୀ

ଫିଲ୍ମ ଚୟନ ସମୟରେ ସତର୍କ ରୁହନ୍ତି ରକୁଲ, କହିଲେ କିପରି ପ୍ରୋଜେକ୍ଟ କରିବାକୁ ଚାହାଁନ୍ତି ଅଭିନେତ୍ରୀ

ନୂଆଦିଲ୍ଲୀ : ଗତମାସ ୧୪ ତାରିଖରେ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ‘ଡକ୍ଟର ଜୀ’ ପ୍ରେକ୍ଷାଳୟକୁ ଆସିଥିଲା । ସେଥିରେ ଡାକ୍ତରୀ ଛାତ୍ରୀ ଭାବେ ତାଙ୍କର ଅଭିନୟକୁ ଦର୍ଶକମାନେ ବେଶ୍ ପ୍ରଶଂସା କରିଥିଲେ । ବକ୍ସ ଅଫିସରେ ଫିଲ୍ମଟି ଖୁବ୍ ଭଲ ବ୍ୟବସାୟ ବି କରିଥିଲା । ଏହାପରେ ୨୫ ତାରିଖରେ ତାଙ୍କ ଅଭିନୀତ ଆଉ ଏକ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’ ରିଲିଜ୍ କରିଥିଲା । ତାହା ମଧ୍ୟ ବେଶ୍ ଦର୍ଶକୀୟ ଆଦୃତି ପାଇଛି । ଏହି ସମୟରେ ଏକ ସାକ୍ଷାତକାରରେ ରକୁଲ ତାଙ୍କର ଭବିଷ୍ୟତର ଯୋଜନା ସଂପର୍କରେ ପ୍ରକାଶ କରିଛନ୍ତି। ଅଭିନେତ୍ରୀ କହିଛନ୍ତି, ଫିଲ୍ମ ଚୟନ ସମୟରେ ମୁଁ ସବୁବେଳେ ଅତି ସତର୍କ ରହିଥାଏ । ପ୍ରତ୍ୟେକ ଫିଲ୍ମ ଯେପରି ପରସ୍ପରଠାରୁ କିଛି ପରିମାଣରେ ଅଲଗା ହେବ ସେଥିପ୍ରତି ଦୃଷ୍ଟି ଦିଏ । ମୁଁ ରୋମାନ୍ସଠାରୁ ଆରମ୍ଭ କରି ହାସ୍ୟ, ଥ୍ରିଲର, ଆକ୍ସନ୍ ଭଳି ସମସ୍ତ ପ୍ରକାର ଫିଲ୍ମରେ କାମ କରିବାକୁ ଚାହେଁ । ତେବେ ସେନା ପରିବାରରେ ଜନ୍ମ ହୋଇଥିବାରୁ ପ୍ରତ୍ୟେକ ପ୍ରସଙ୍ଗରେ ମୋର ଏକ ସ୍ୱତନ୍ତ୍ର ମତ ରହିଛି । ତେଣୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନ ମିଳିଲେ କୌଣସି ଫିଲ୍ମ ଯେତେ ଚର୍ଚ୍ଚିତ ହୋଇଥିଲେ ବି ମୁଁ ସେଥିରେ କାମ କରିବି ନାହିଁ । ଫିଲ୍ମ ହେଉଛି ସାଧାରଣ ଜନତାଙ୍କ ସହିତ ସଂପର୍କ ସ୍ଥାପନ କରିବାର ଏକ ମାଧ୍ୟମ । ଯେଉଁଥିରେ ସାମାଜିକ ସଚେତନତାର ବାର୍ତ୍ତା ଥିବ ସେଭଳି ଫିଲ୍ମ ମୋ’ ପାଇଁ ପସନ୍ଦର ତାଲିକାରେ ସବୁଠୁ ଉପରେ ରହିବ ବୋଲି ରକୁଲ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking