ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂହ । ରକୁଲଙ୍କର ନିଖୁଣ ଅଭିନୟ ଏବଂ ହଟକେ ଅନ୍ଦାଜ ସବୁବେଳେ ତାଙ୍କୁ ଦର୍ଶକଙ୍କ ମନରେ ବାନ୍ଧି ରଖେ । ଦୀର୍ଘ ଦିନ ଧରି ରକୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏବେ ରକୁଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ନିଜ ବୟଫ୍ରଣ୍ତ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭାଗ୍ନାନୀଙ୍କୁ ବିବାହ କରିପାରନ୍ତି । ଆସନ୍ତା ଫେବ୍ରୁଆରୀ ୨୨ରେ ଉଭୟ ଗୋଆରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଛି।
୨୦୨୧ ମସିହାଠାରୁ ଉଭୟ ପ୍ରେମ ସମ୍ପର୍କରେ ରହିଛନ୍ତି । ଗତ ଜାନୁଆରୀ ୨ ତାରିଖରେ ଉଭୟ ନୂଆବର୍ଷ ପାଳନ କରି ମୁମ୍ବାଇ ଫେରୁଥିବାବେଳେ ଦୁହିଁଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ସ୍ପଟ୍ କରାଯାଇଥିଲା । ଏହି ସମୟରେ ଜ୍ୟାକି ଏକ କଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ରକୁଲ ଏକ ବ୍ୟାଗି ବ୍ଲୁ ଡେନିମ୍ ଜିନ୍ସ , ମିକି ମାଉସ୍ ପ୍ରିଣ୍ଟ୍ ଟି-ସର୍ଟ ସହ ବ୍ଲାକ୍ ଜ୍ୟାକେଟ୍ରେ ନଜର ଆସିଥିଲେ। କେବଳ ନିଜର ବିବାହ ନୁହେଁ ଆଗାମୀ ଫିଲ୍ମ ‘ଆୟାଲ୍ଲାନ’କୁ ନେଇ ବି ଚର୍ଚ୍ଚାରେ ରହିଛନ୍ତି ରକୁଲ ।