ନୂଆଦିଲ୍ଲୀ: ରାକ୍ଷୀ ସାୱନ୍ତ ନିଜର ହାଇ ଡ୍ରାମା ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ସେ ବିଗ୍ ବସ୍ ୧୫ ରେ ତାଙ୍କ ସ୍ୱାମୀ ରିତେଶଙ୍କୁ ଦୁନିଆ ସହ ପରିଚିତ କରାଇଥିଲେ। ଶୋ’ରୁ ବାହାରକୁ ଆସିବା ପରେ ଦୁହିଁଙ୍କୁ ପ୍ରାୟତଃ ଏକାଠି ସ୍ପଟ୍ କରାଯାଉଥିଲା। କିନ୍ତୁ ଭାଲେଣ୍ଟାଇନ୍ ଡେ’ର ଗୋଟିଏ ଦିନ ପୂର୍ବରୁ ରାକ୍ଷୀ ରିତେଶଙ୍କ ଠାରୁ ଅଲଗା ହେବାକୁ ଘୋଷଣା କରିଥିଲେ। ଏହି ସମୟରେ ଡ୍ରାମା କ୍ୱିନ୍ ଏକ ଲମ୍ବା–ଚୌଡା ନୋଟ୍ ସେୟାର କରିଥିଲେ। ବର୍ତ୍ତମାନ ରିତେଶଙ୍କ ଠାରୁ ଅଲଗା ହେବା ମାତ୍ରେ ରାକ୍ଷୀ ଦ୍ୱିତୀୟ ବିବାହର ସ୍ୱପ୍ନ ଦେଖୁଛନ୍ତି।
ନିକଟରେ ରାକ୍ଷୀ ଏକ ଇଣ୍ଟରଭ୍ୟୁ ଦେଇଛନ୍ତି। ଯେଉଁଥିରେ ସେ ତାଙ୍କର ଦ୍ୱିତୀୟ ବିବାହର ପ୍ଲାନିଂ ବିଷୟରେ କହିଛନ୍ତି। ଅଭିନେତ୍ରୀ କହିଛନ୍ତି, ‘ମୋ ବାପା ଚାହୁଁଥିଲେ ମୁଁ ଜଣେ ପୋଲିସକୁ ବିବାହ କରେ। କିନ୍ତୁ ମୁଁ ଜଣେ ବଡ କ୍ରିକେଟରକୁ ବିବାହ କରିବାକୁ ଚାହୁଁଛି। ମୁଁ ବି ଆଇପିଏଲ୍ ଯିବି। ଷ୍ଟାଡିୟମରେ ମୋର ସ୍ୱାମୀ ଚୌକା–ଛକା କାରୁଥିବାର ଦେଖିବି। ଏହି ସମୟରେ ମୁଁ ତାଙ୍କୁ ସାହାସ ଦେବି।’