19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶ୧୦ରେ ମାଲେସିଆ ଗସ୍ତରେ ଯିବେ ରାଜନାଥ ସିଂହ

୧୦ରେ ମାଲେସିଆ ଗସ୍ତରେ ଯିବେ ରାଜନାଥ ସିଂହ

ନୂଆଦିଲ୍ଲୀ : ପ୍ରତିରକ୍ଷା ସମ୍ବନ୍ଧକୁ ଆହୁରି ମଜଭୁତ କରିବା ଏବଂ ରଣନୀତିକ ଭାଗିଦାରୀ ବୃଦ୍ଧି କରିବା ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ୧୦ ଓ ୧୧ ତାରିଖରେ ଦୁଇଦିନିଆ ସରକାରୀ ଗସ୍ତରେ ମାଲେସିଆ ଯିବେ । ଏହି ଅବସରରେ ସେ ମାଲେସିଆ ପ୍ରଧାନମନ୍ତ୍ରୀ ୱାଇବି ଦାତୋ ସେରୀ ଅନ୍‌ୱର୍ ବିନ୍ ଇମ୍ରାହିମ୍‌ଙ୍କୁ ମଧ୍ୟ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ରାଜନାଥ ସିଂହ ମାଲେସିଆ ପ୍ରତିରକ୍ଷା ମନ୍ତ୍ରୀ ଦାତୋ ସେରୀ ମହମ୍ମଦ ହସନ୍‌ଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ ।

ଏହି ଆଲୋଚନା ବେଳେ ଦୁଇ ନେତା ଭାରତ-ମାଲେସିଆ ମଧ୍ୟରେ ପ୍ରତିରକ୍ଷା ସହଯୋଗର ସମୀକ୍ଷା କରିବା ସହିତ ସମ୍ବନ୍ଧକୁ ଆହୁରି ମଜଭୁତ କରିବା ନିମନ୍ତେ ନୂଆ ପ୍ରୟାସର ସନ୍ଧାନ କରିବେ । ଏହା ସହିତ ଦୁଇ ପକ୍ଷ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧିତ କ୍ଷେତ୍ରୀ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ବିଚାର ଆଦାନ ପ୍ରଦାନ କରିବେ । ସମ୍ପୂର୍ଣ୍ଣ ଅଞ୍ଚଳର ସମୃଦ୍ଧି ଏବଂ ଶାନ୍ତିରେ ଭାରତ ଓ ମାଲେସିଆର ସ୍ୱାର୍ଥ ରହିଛି । ଦୁଇ ଗଣତାନ୍ତ୍ରିକ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା ସହିତ କେତେକ ଷ୍ଟ୍ରାଟେଜିକ୍ କ୍ଷେତ୍ରରେ ବ୍ୟାପ୍ତ ମଜଭୁତ ସମ୍ବନ୍ଧ ରହିଛି । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଲେସିଆ ଯାତ୍ରା ଅବସରରେ ସ୍ଥାପିତ ରଣନୀତିକ ଭାଗିଦାରୀ ଭିଜନ୍ ଅଧୀନରେ କାମ କରିବା ପାଇଁ ଦୁଇ ଦେଶ ପ୍ରତିଶ୍ରୁତିବଦ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking