33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଖଲାସ ପ୍ରସଙ୍ଗ: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଖଲାସ ପ୍ରସଙ୍ଗ: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୬ ଦୋଷୀଙ୍କୁ ଜେଲ୍‌ରୁ ଖଲାସ କରାଯାଇଥିବା ପ୍ରତିବାଦରେ କେନ୍ଦ୍ର ସରକାର ଗୁରୁବାର ସୁପ୍ରିମ୍‌କୋର୍ଟରେ ପୁନର୍ବିଚାର ଆବେଦନ ଦାଖଲ କରିଛନ୍ତି । ଉପଯୁକ୍ତ ଶୁଣାଣି କରାନଯାଇ ଏମାନଙ୍କୁ ଜେଲରୁ ଖଲାସ କରାଯାଇଥିବାରୁ ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ବୋଲି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଛନ୍ତି । ଅପରପକ୍ଷରେ ଖଲାସ ହୋଇଥିବା ଛଅଜଣଙ୍କ ମଧ୍ୟରୁ ଚାରିଜଣ ଶ୍ରୀଲଙ୍କା ନାଗରିକ ହୋଇଥିବାବେଳେ ସେମାନଙ୍କୁ ଆସନ୍ତା ଦଶ ଦିନ ମଧ୍ୟରେ ଦେଶାନ୍ତର କରାଯିବ ବୋଲି ଜଣାପଡିଛି । ଏହି ପ୍ରସଙ୍ଗରେ ନୂଆଦିଲ୍ଲୀସ୍ଥ ଶ୍ରୀଲଙ୍କା ଦୂତାବାସ ସହ ଯୋଗାଯୋଗ କରାଯାଉଛି ।

ଦୂତାବାସ ପକ୍ଷରୁ ଏମାନଙ୍କର ନାଗରିକତ୍ୱ ସ୍ପଷ୍ଟ କରାଯିବାପରେ ସେମାନଙ୍କୁ ଦେଶାନ୍ତର କରାଯିବ । ସୂଚନାଯୋଗ୍ୟ ଗତ ନଭେମ୍ବର ୧୧ ତାରିଖରେ ଏହି ଛଅଜଣ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମ୍‌କୋର୍ଟ ଆଦେଶ ଦେଇଥିଲେ । ଏହାପରେ ଶନିବାର ସନ୍ଧ୍ୟାରେ ତାମିଲନାଡ଼ୁର ବିଭିନ୍ନ ଜେଲ୍‌ରୁ ସେମାନଙ୍କୁ ମୁକ୍ତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ନଳିନୀ ଶ୍ରୀହରନ୍ ଏବଂ ତାଙ୍କ ସ୍ୱାମୀ ବି ଶ୍ରୀହରନ୍‌ଙ୍କ ବ୍ୟତୀତ ସନ୍ଥନ, ରବର୍ଟ ପାୟସ୍‌, ଜୟକୁମାର ଏବଂ ରବିଚନ୍ଦ୍ରନ୍ ସାମିଲ । ଶ୍ରୀହରନ୍ ଏବଂ ସନ୍ଥନ ଶ୍ରୀଲଙ୍କା ନାଗରିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking