ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୁକ୍ରବାର ରାତିରେ ପ୍ରଦେଶର ରାଜ୍ୟ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ମନ୍ତିମଣ୍ଡଳରୁ ବରଖାସ୍ତ କରିଛନ୍ତି । ଶୁକ୍ରବାର ବିଧାନସଭାରେ ମହିଳା ଅତ୍ୟାଚାର ପ୍ରସଙ୍ଗରେ ରାଜେନ୍ଦ୍ର ଗୁଢ଼ା ନିଜ ସରକାରଙ୍କୁ ଘେରିବାର କିଛି ଘଣ୍ଟା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ମହିଳା ସୁରକ୍ଷାରେ ରାଜସ୍ଥାନ ସରକାର ବିଫଳ ହୋଇଥିବା ମନ୍ତ୍ରୀ ଗୁଢ଼ା ଅଭିଯୋଗ କରିଥିଲେ । ସେ ଗୃହରେ କହିଥିଲେ ଆମେ ମଣିପୁର ପରିବର୍ତ୍ତେ ନିଜ ରାଜ୍ୟରେ କ’ଣ ଘଟୁଛି ତାହା ଦେଖିବା ଉଚିତ । ରାଜଭବନର ଏକ ବୟାନ ଅନୁସାରେ ମୁଖ୍ୟମନ୍ତ୍ରୀ ଗେହଲଟ୍ ଶୁକ୍ରବାର ସନ୍ଧ୍ୟାରେ ରାଜେନ୍ଦ୍ର ଗୁଢ଼ାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ପାଇଁ ରାଜ୍ୟପାଳ କଲରାଜ ମିଶ୍ରାଙ୍କୁ ସୁପାରିସ କରିଥିଲେ । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ତତ୍କାଳ ପ୍ରଭାବରେ ସ୍ୱୀକାର କରିଥିବା ବୟାନରେ କୁହାଯାଇଛି ।