18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଜଳୁଛି ରାଜସ୍ଥାନ: ଚୁରୁରେ ତାପମାତ୍ରା ୫୦ ଡ଼େଇଁଲା; ୫୫ ଡିଗ୍ରୀ ତାତିରେ ବି ସୀମା ଜଗିଛନ୍ତି...

ଜଳୁଛି ରାଜସ୍ଥାନ: ଚୁରୁରେ ତାପମାତ୍ରା ୫୦ ଡ଼େଇଁଲା; ୫୫ ଡିଗ୍ରୀ ତାତିରେ ବି ସୀମା ଜଗିଛନ୍ତି ଯବାନ

ଜୟପୁର: ଦେଶର ଅନ୍ୟତମ ଉତ୍ତର ଭାରତ ରାଜ୍ୟ ରାଜସ୍ଥାନରେ କ୍ରମାଗତ ୨ୟ ଦିନରେ ମଧ୍ୟ ମଧ୍ୟ ତାପମାତ୍ରା ୫୦ ଡିଗ୍ରୀରୁ ଅଧିକ ରହିଥିବା ରେକର୍ଡ କରାଯାଇଛି । ଗତକାଲି ରାଜସ୍ଥାନର ଅଧିକାଂଶ ପ୍ରାନ୍ତରେ ତାପମାତ୍ରା ହାରାହାରି ୪୭ ଡିଗ୍ରୀରୁ ଅଧିକ ରହିଥିବା ବେଳେ ଫାଲୋଡିରେ କିନ୍ତୁ ତାପମାତ୍ରା ୫୧ ଡିଗ୍ରୀ ଛୁଇଁଥିଲା । ସେହିପରି ମଙ୍ଗଳବାର ରାଜସ୍ଥାନର ଚୁରୁ ଅଞ୍ଚଳରେ ତାପମାତ୍ରା ୫୦.୫ ଡିଗ୍ରୀରୁ ମଧ୍ୟ ଅଧିକ ରହିଥିବା ଜଣାପଡିଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକରେ ହାରାହାରି ୪୬ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଜୁନ୍ ୨୦୧୯ରେ ରାଜସ୍ଥାନର ଏସବୁ ଅଞ୍ଚଳରେ ଶେଷ ଥର ପାଇଁ ସର୍ବାଧିକ ୪୯ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସୁତରାଂ ଗତ ଦୁଇ ଦିନ ମଧ୍ୟରେ ପୂର୍ବର ସମସ୍ତ ଗ୍ରୀଷ୍ମପ୍ରବାହ ଜନିତ ରେକର୍ଡ ଭଙ୍ଗ ହୋଇଛି । ପ୍ରକାଶ, ଉତ୍ତର ଭାରତରେ ଏବେ ଗ୍ରୀଷ୍ମପ୍ରବାହଜନିତ ଅସମ୍ଭାଳ ପରିସ୍ଥିତି ଉତ୍ପନ୍ନ ହୋଇଛି । ଉତ୍ତର ଭାଗରେ ଥିବା ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଏବଂ ହରିଆଣା ଭଳି ରାଜ୍ୟଗୁଡ଼ିକ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଗାମୀ ୩/୪ ଦିନ ଧରି ଏସବୁ ରାଜ୍ୟଗୁଡ଼ିକରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ତେଣୁ ଏସବୁ ରାଜ୍ୟରେ ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଜାରି କରାଯାଇଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଏପ୍ରକାର ପରିସ୍ଥିତି ସତ୍ତ୍ୱେ ଦେଶର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଯବାନ୍ କିନ୍ତୁ ବିଚଳିତ ହୋଇନାହାନ୍ତି । ଗୋଟିଏ ପଟେ ଆକାଶରୁ ନିଆଁ ବର୍ଷା ଜାରି ରହିଥିବା ବେଳେ ଅନ୍ୟପଟେ ଏସବୁକୁ ଭୃକ୍ଷେପ କରି ଯବାନ୍‌ମାନେ ସୀମାରେ ପାଟ୍ରୋଲିଂ ଜାରି ରଖିଛନ୍ତି । ୫୫ ଡିଗ୍ରୀର ପ୍ରାଣଘାତୀ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ ଭାରତର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନ୍ ଭାରତ-ପାକିସ୍ତାନ ସୀମାରେ ପଇଁତରା ମାରୁଛନ୍ତି । ରାଜସ୍ଥାନ ମରୁଭୂମୀରେ ଏପ୍ରକାର ଭୀଷଣ ରୌଦ୍ରତାପରେ ମଧ୍ୟ ଓଟ ପିଠିରେ ବସି ଯବାନମାନେ ସୀମାରେ ପାଟ୍ରୋଲିଂ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଦେଶର ପ୍ରତ୍ୟେକ ନାଗରିକଙ୍କ ଛାତି ଗର୍ବରେ ଚୌଡା ହୋଇଯାଇଛି । ଭାରତ-ପାକିସ୍ତାନ ସୀମାରୁ ଆସିଥିବା ଏହି ଭିଡିଓକୁ ନେଇ ଏବେ ବିଏସ୍‌ଏଫ୍ ତଥା ଅନ୍ୟ ସମସ୍ତ ଯବାନଙ୍କୁ ପ୍ରଶଂସା କରିବାରେ ଲାଗିପଡିଛନ୍ତି ଦେଶବାସୀ । ସୂଚନାଯୋଗ୍ୟ, ଗତକାଲି ପ୍ରଚଣ୍ଡ ଖରା ଯୋଗୁଁ ରାଜସ୍ଥାନ ଜୈସଲମେର ସୀମାରେଖାରେ ମୁତୟନ ଥିବା ଅଜୟ କୁମାର ନାମକ ଜଣେ ବିଏସ୍‌ଏଫ୍ ଯବାନ୍‌ଙ୍କ ମୃତ୍ୟୁ ହୋଇଥିଲା । ଅଜୟଙ୍କ ଘର ପଶ୍ଚିମବଙ୍ଗରେ । ଡ୍ୟୁଟି କରୁଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking