31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶନିର୍ବାଚନ ଜିତିବା ପାଇଁ ରାସ୍ତା କଡରେ ଜୋତା ପଲିସ୍ କଲେ ବିଧାୟକ

ନିର୍ବାଚନ ଜିତିବା ପାଇଁ ରାସ୍ତା କଡରେ ଜୋତା ପଲିସ୍ କଲେ ବିଧାୟକ

ନୂଆଦିଲ୍ଲୀ: ନିର୍ବାଚନ ଜିତିବା ପାଇଁ ବିଭିନ୍ନ ନେତାଙ୍କ ଭିନ୍ନ ଭିନ୍ନ ଫଣ୍ଡା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଏହାରି ଭିତରେ ଏଭଳି ଏକ ଚିତ୍ର ଶୋସିଆଲ ମିଡିଆରେ ଭାଇରାଲ ହୋଇଛି ଆପଣ ଦେଖି ଆଶ୍ଚର୍ଯ୍ୟ ହେବେ । ନିର୍ବାଚନ ଜିତିବା ପାଇଁ ଜଣେ ବିଧାୟକ ଏମିତି ରଣନୀତି ଆପଣେଇଛନ୍ତି ଯେ, ସେ ରାସ୍ତା କଡରେ ସାଧାରଣ ଜନତାଙ୍କ ଜୋତା ପଲିସ କରୁଛନ୍ତି । ଆଉ ଏହି ବିଧାୟକ ଜଣକ ହେଉଛନ୍ତି ରାଜସ୍ଥାନର ମହଓ୍ଵାର ବିଧାୟକ ଓମ ପ୍ରକାଶ ହୁଡଲା । ଓମ ପ୍ରକାଶ ହୁଡଲା ଦୋସା ଜିଲ୍ଲାର ମହଓ୍ଵା ବିଧାନସଭା ସିଟରୁ ନିର୍ଦ୍ଦଳୀୟ ବିଧାୟକ ରହିଛନ୍ତି । ଏବେ ଜୋତା ପଲିସ କରୁଥିବାର ଦେଖି ପ୍ରଶ୍ନ ଉଠିଛି । ଏହାକୁ ନେଇ ବିଧାୟକ କହିଛନ୍ତି, ମୁଁ ଭୋଟର ଏବଂ କାର‌୍ୟ୍ୟକର୍ତ୍ତାଙ୍କ ଜୋତା ପଲିସ କରିବା ଆରମ୍ଭ କରିଛି । ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ଏହା ପୂର୍ବରୁ ନେତା ଭୋଟରଙ୍କୁ ପ୍ରଲୋଭନ ଦେଖାଇ ବିଭିନ୍ନ ପ୍ରକାରର କାମ କରୁଛନ୍ତି । ଆଉ ନିର୍ବାଚନ ଜିତିବା ପାଇଁ ମହଓ୍ଵାର ବିଧାୟକ ଓମ ପ୍ରକାଶ ହୁଡଲା ସାଧାରଣ ଲୋକଙ୍କ ଜୋତା ପଲିସ କରୁଥିବାର ନଜର ଆସିଛନ୍ତି । ଯେଉଁଥିରେ ସେ ମୋଚି ଦୋକାନରେ ବସି ଜୋତା ପଲିସ କରୁଥିବାର ନଜର ଆସିଛନ୍ତି । ଏହାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking