24.6 C
Bhubaneswar
Sunday, April 12, 2026
Homeଓଡିଶା୭ ଦିନିଆ ରିମାଣ୍ଡରେ ଗଲା ରାଜା ସାହାଣୀ

୭ ଦିନିଆ ରିମାଣ୍ଡରେ ଗଲା ରାଜା ସାହାଣୀ

ବନେଶ୍ୱର: ଆଜିଠୁ ୭ ଦିନିଆ ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ରାଜା ସାହାଣୀ। ଚୌଦ୍ୱାର ଜେଲରୁ ରିମାଣ୍ଡରେ ନେଲା ବେଙ୍ଗାଲୁରୁ ପୋଲିସ। କର୍ଣ୍ଣାଟକ ବେଙ୍ଗାଲୁରୁରେ ୨୦ କୋଟି ଟଙ୍କାର ଅଳଙ୍କାର ଲୁଟ ଘଟଣାର ତନାଘନା ପାଇଁ ରାଜା ସାହାଣୀକୁ ରିମାଣ୍ଡରେ ନେଇଛି କର୍ଣ୍ଣାଟକ ପୋଲିସ। ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପଚରାଉଚରା କରିବ ପୋଲିସ ଟିମ। କେମିତି ଏତେ ଟଙ୍କାର ଅଳଙ୍କାର ଲୁଟ କରିଥିଲା ଏ ନେଇ ଜେରା କରିବ କର୍ଣ୍ଣାଟକ ପୋଲିସ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କଟକ JMFC। କର୍ଣ୍ଣାଟକ ପୋଲିସ ମାଗିଥିବା ରିମାଣ୍ଡକୁ ମଂଜୁରୀ ପରେ ରିମାଣ୍ଡରେ ନେଇଛି ପୋଲିସ।ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ରାଜା ସାହାଣୀକୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଥିଲା। ବିହାରର ରାଜା ସାହାଣୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରଥିଲା। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା। ଗତ ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking