28.1 C
Bhubaneswar
Sunday, June 23, 2024
Homeଓଡିଶା“ରଜ ମହୋତ୍ସବ ୨୦୨୪” ପାନ୍ଥନିବାସ ଭୁବନେଶ୍ୱରରେ ଉଦ୍ଘାଟିତ

“ରଜ ମହୋତ୍ସବ ୨୦୨୪” ପାନ୍ଥନିବାସ ଭୁବନେଶ୍ୱରରେ ଉଦ୍ଘାଟିତ

ରାଜ୍ୟରେ ଥିବା ସମସ୍ତ ଓଟିଡ଼ିସି ଆତିଥ୍ୟ ୟୁନିଟ୍ ଗୁଡିକରେ ଏକ ସ୍ୱତନ୍ତ୍ର ରଜ ପିଠା ମେନୁ ଉପଲବ୍ଧ

ଭୁବନେଶ୍ୱର – – ଭୁବନେଶ୍ୱରସ୍ଥିତ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ ଉତ୍ସଗୀକୃତ ରଜ ମହୋତ୍ସବ ପାଳନ ଉଦ୍ଘାଟିତ ହୋଇଛି । ମହିଳା ଏବଂ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡିଆ ସୁସ୍ବାଦୁ ଖାଦ୍ୟକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।

ତିନି ଦିନିଆ ଉତ୍ସବର ଏକ ଅଂଶ ଭାବରେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟ୍ ଗୁଡିକରେ ରଜରଂ ସ୍ୱତନ୍ତ୍ର ସୁସ୍ୱାଦୁ ଖାଦ୍ୟ ଏବଂ ମିଠା ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ପାନ୍ଥନିବାସରେ ପାରମ୍ପାରିକ ରଜ ଦୋଳି ବ୍ୟବସ୍ଥା କରାଯାଇଛି ଏବଂ ଏହି ପର୍ବ ଅବସରରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ଭ୍ରମଣ କରୁଥିବା ମହିଳା ମାନଙ୍କ ହାତକୁ ମାଗଣାରେ ମେହେନ୍ଦିରେ ସଜ୍ଜାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ଉତ୍ସବକୁ ମହନୀୟ କରିବା ପାଇଁ ରଜର ସୁସ୍ବାଦୁ ପିଠା ଓ ମିଠା ବିକ୍ରୟ ପାଇଁ ତିନୋଟି “ପିଠା ଅନ୍ ହୁଇଲ” ଭ୍ୟାନ୍ ଉଦଘାଟିତ ହୋଇଛି ଏବଂ ମାଷ୍ଟର କ୍ୟାଣ୍ଟିନ, କିଟ୍ ସ୍କୋୟାର, ଆଇଟିଆର- ଖଣ୍ଡଗିରିରେ ସକାଳ ୮ ଟାରୁ ୧୨ ଘଟିକା ଏବଂ ଅପରାହ୍ନ ୪ ଟା ରୁ ୭ ଟା ପର୍ଯ୍ୟନ୍ତ ଏହି ଭ୍ୟାନ ଗୁଡିକ ଉପଲବ୍ଧ ହେବ। ଏହି ଭ୍ୟାନ୍ ଗୁଡିକ ରଜ ପିଠା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ପ୍ରଦାନ କରିବ। “ପିଠା ଅନ୍ ହୁଇଲ” ମଧ୍ୟ ସମ୍ବଲପୁରରେ ଉପଲବ୍ଧ ହେବ । ସିଲଭରସିଟି ବୋଟକ୍ଲବ୍, ଆଇଏସବିଟି କାଫେ ଏବଂ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତରାଁରେ ଆସନ୍ତା ୧୪ ଜୁନରୁ ୧୬ ଜୁନ୍ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ବିକ୍ରୟ ପାଇଁ ରଜ ପିଠା କାଉଣ୍ଟର ସ୍ଥାପନ କରାଯିବ ।

ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ, ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ କାର୍ଯ୍ୟକାରୀ ସଭାପତି ଶ୍ରୀ ବେଣୁଧର ପାତ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking