32.1 C
Bhubaneswar
Saturday, September 28, 2024
Homeଓଡିଶାରାଜ୍ୟର ବିଭିନ୍ନ ସ୍ଥାନରେ ୩ଦିନ ଯାଏ ବର୍ଷା ସମ୍ଭାବନା

ରାଜ୍ୟର ବିଭିନ୍ନ ସ୍ଥାନରେ ୩ଦିନ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗରମରେ ଲାଗିଛି ବ୍ରେକ । ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ ବାୟୁ । ଯାହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ଜନଜୀବନ । ମୌସୁମୀ ବାୟୁ ସକ୍ରିୟ ହେବାରୁ ତାତିରୁ ଆଶ୍ବସ୍ତି ମିଳିଛି । ମାଲକାନଗିରିରେ ଅଟକି ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ସାମାନ୍ୟ ଆଗକୁ ବଢିଛି । ରାଜ୍ୟର କୋରାପୁଟ, କଳାହାଣ୍ଡି, ଗଞ୍ଜାମ, ଗଜପତି ଜିଲ୍ଲାକୁ ସ୍ପର୍ଶ କରିଛି ମୌସୁମୀ ବାୟୁ । ବର୍ଷାର ପରିମାଣ ବଢି ନଥିଲେ ମଧ୍ୟ କୋହଲା ପାଗ ତାତିରୁ ସାମନ୍ୟ ଆଶ୍ବସ୍ତି ଆଣି ଦେଇଛି । ଏପରିକି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମୌସୁମୀ ପ୍ରଭାବରେ ବର୍ଷା ହୋଇଛି । ତେବେ ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାର ଆଉ କିଛି ଜିଲ୍ଲାରେ ସକ୍ରିୟ ହେବାର ସମ୍ଭାବନା ରହିଛି । ଆଗାମୀ ତିନି ଦିନ ଯାଏ ରାଜ୍ୟରେ ମୌସୁମୀ ଅଗ୍ରସର ହେବାର ସମ୍ଭାବନା ରହିଛି । ଏଥିସହ ବର୍ଷା ପରିମାଣ ବଢ଼ବା ପର୍ଯ୍ୟନ୍ତ ୩ ଦିନ ଯାଏ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଅନୁଭୁତ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking