28.1 C
Bhubaneswar
Friday, June 21, 2024
Homeଓଡିଶା୧୭ରୁ ବଢିବ ବର୍ଷା

୧୭ରୁ ବଢିବ ବର୍ଷା

ଭୁବନେଶ୍ୱର : ତାତିରେ ଲାଗିବ ବ୍ରେକ । ରାଜ୍ୟରେ ବଢିବ ବର୍ଷାର ପରିମାଣ । ୧୭ ତାରିଖରୁ ରାଜ୍ୟରେ ବର୍ଷା ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଦକ୍ଷିଣ ଓଡିଶାରେ ହେବ ପ୍ରବଳ ବର୍ଷା। ଆସନ୍ତା ୧୮ ତାରିଖରେ ମଧ୍ୟ ବର୍ଷାର ପରିମାଣ ବଢିବା ନେଇ ସୂଚନା ରହିଛି। ଆଗାମୀ ୨ରୁ ୩ ଦନ ଭିତରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୧୭ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି। ଆସନ୍ତା ୧୮ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ। ମୌସୁମୀ ବର୍ତ୍ତମାନ କୋରାପୁଟରେ ସକ୍ରିୟ ରହିଥିବା ବେଳେ ଆଗାମୀ ୨ ରୁ ୩ ଦିନ ଭିତରେ ଆଗକୁ ଅଗ୍ରସର ହେବ। ଆଜି ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ରହିଛି କିନ୍ତୁ ଉପକୂଳରେ ଗୁଳୁଗୁଳି ଲାଗି ରହିବ। ଆଗାମୀ ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ରହିବ। ଅନ୍ୟପଟେ ରଜରେ ଲୋକଙ୍କୁ କଲବଲ କରିବ ଗରମ ଓ ଗୁଳୁଗୁଳି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking