27.1 C
Bhubaneswar
Sunday, September 29, 2024
Homeଓଡିଶାରାଜଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଗିରଫ

ରାଜଧାନୀରେ ଜୁଆ ଆଡ୍ଡା ଉପରେ ଚଢାଉ: ୧୫ ଗିରଫ

ଭୁବନେଶ୍ୱର: ଜୁଆଡିଙ୍କୁ ଝଟକା । ରାଜଧାନୀରେ କମିଶନରେଟ୍ ପୁଲିସ ପକ୍ଷରୁ ପାଣ୍ଡରା ସ୍ଥିତ ଏକ ଜୁଆ ଆଡ୍ଡା ଉପରେ ବଡ ଧରଣର ରେଡ କରାଯାଇଛି । ଏଥିରେ ପ୍ରାୟ ସାଢେ ୪ ଲକ୍ଷ ଟଙ୍କା ଜବତ କରାଯାଇଥିଲା ବେଳେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଉ ୧୫ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏହା ସହ ଗୋଟିଏ କାର, ବାଇକ୍‌, ପ୍ରାୟ ୧୯ଟି ମୋବାଇଲ ଫୋନ, ତାସ୍ ସମେତ ଟୋକନ୍ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଜୁଆ ଆଡ୍ଡା ଚଳାଉଥିବା ମାଷ୍ଟରମାଇଣ୍ଡ ଖସି ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

ପୁଲିସ ସୂଚନା ମୁତାବକ, ଏମାନେ ଏଠାରେ ବହୁ ଦିନ ହେବ ଜୁଆ ଖେଳୁଥିଲେ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏହାର ମାଷ୍ଟର ମାଇଣ୍ଡ । ଜୁଆଡିଙ୍କ ଠାରୁ କମିଶନ୍ ରଖି ସେ ଜୁଆ ଖେଳ କରାଉଥିଲା । ଆଜି ସନ୍ଧ୍ୟାବେଳେ ପାଣ୍ଡରା ନିକଟସ୍ଥ ଗଙ୍ଗୁଆ କେନାଲ ଅଞ୍ଚଳରେ ଏମାନେ ଜୁଆ ଖେଳୁଥିଲେ । ଏଥିପାଇଁ ୩୦ ଜଣ ଯୁବକ ଏକାଠି ହୋଇଥିଲେ । ତାସରେ ସଟ୍ଟା ଲାଗିଥିଲା । ଟୋକନ୍ ପଡୁଥିଲା ବୋଲି ଲାଗୁଥିଲା । ଲକ୍ଷାଧିକ ଟଙ୍କାର ବୋଲି ଲାଗୁଥିଲା । ଏନେଇ ପୁଲିସକୁ ଗୁପ୍ତଭାବେ କେହି ଖବର ଦେବାକୁ ଆସିଥିଲେ । ପୁଲିସ ଏମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା । ସ୍ପେଶାଲ ସ୍କ୍ୱର୍ଡର ୬ ଜଣ କର୍ମଚାରୀ ଏହି ଅପରେଶନ୍‌ରେ ନିୟୋଜିତ ହୋଇଥିଲେ । ସ୍ପେଶାଲ ସ୍କ୍ୱାର୍ଡର ମୁଖିଆ ହୀମାଂଶୁ ସ୍ୱାଇଁ ଏହି ଅପରେଶନକୁ ଲିଡ୍ କରିଥିଲେ । ମଞ୍ଚେଶ୍ୱର ଥାନା ପୁଲିସ ସହାୟତାରେ ଏହି ଅପରେଶନ୍ ଆରମ୍ଭ ହୋଇଥିଲା ।

ପୁଲିସ ଚଦ୍ମବେଶରେ ଯାଇଥିଲା । ସ୍ପେଶାଲ ସ୍କ୍ୱାର୍ଡର କର୍ମଚାରୀମାନେ କିଏ ହାପ୍ ପ୍ୟାଣ୍ଟରେ ଥିଲା କିଏ ଗାମୁଛା ପିନ୍ଧି ଜୁଆ ଖେଳିବାକୁ ଯାଇଥିଲା । ଆଉ କେହି ବଡ ବାବୁ ସାଜି ସଟ୍ଟା ବୋଲି ଲଗାଉଥିଲେ । ଏହା ଭିତରେ କଟକ, ପୁରୀ ଏବଂ କେନ୍ଦ୍ରପଡାକୁ ଧନୀ ଶ୍ରେଣୀର ଲୋକେ ଆସିଲେ । କାରର ଡିକି ଭିତରେ ବସ୍ତାରେ ଟଙ୍କା ରଖାଯାଇଥିଲା । ଏସବୁ ଦେଖିବାପରେ ସ୍ପେଶାଲ ସ୍କ୍ୱାର୍ଡ ସଦସ୍ୟାମାନେ ଉକ୍ତ ସ୍ଥାନକୁ ନିଜ ହେପାଜତକୁ ନେଲେ । ପରେ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚି ଯାଇଥିଲା । ସମସ୍ତଙ୍କୁ ଧରି ଥାନାକୁ ଅଣାଯାଇଥିଲ । ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଛି । ତେବେ ବହୁ ଦିନ ପରେ କମିଶନରେଟ୍ ପୁଲିସକୁ ଜୁଆରେ ଏତେ ବଡ ସଫଳତା ମିଳିଛି । ଯେଉଁଥିରେ ସାଢେ ୪ ଲକ୍ଷ ଟଙ୍କା ଜବତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking