30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଅହମ୍ମଦାବାଦ୍ ମାଟିରେ ରାହୁଲଙ୍କ ଦମ୍ଭୋକ୍ତି; ବିଜେପି ଗଡ଼ରେ ହିଁ ବିଜେପିକୁ ହରାଇବୁ

ଅହମ୍ମଦାବାଦ୍ ମାଟିରେ ରାହୁଲଙ୍କ ଦମ୍ଭୋକ୍ତି; ବିଜେପି ଗଡ଼ରେ ହିଁ ବିଜେପିକୁ ହରାଇବୁ

ଅହମ୍ମଦାବାଦ୍‌: ୨୦୨୪ ଲୋକସଭା ନିର୍ବାଚନରେ ଆଶା ଠାରୁ ଭଲ ପ୍ରଦର୍ଶନ କରିଥିବା କଂଗ୍ରେସ ଏବେ ଗୁଜରାଟରେ ମଧ୍ୟ ବିଜୟୀ ହେବା ନେଇ ଦମ୍ଭୋକ୍ତି କରିଛି । ସିଧାଅର୍ଥରେ କହିଲେ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନ ଫଳାଫଳ କଂଗ୍ରେସକୁ ବେଶ୍ ଉତ୍ସାହିତ କରିଛି । ଏହିକ୍ରମେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବିଜେପି ଗଡ଼ ଭାବେ ବିବେଚିତ ହେଉଥିବା ଗୁଜରାଟରେ ହିଁ କଂଗ୍ରେସ ବିଜୟୀ ହେବ ଏବଂ ବିଜେପିକୁ ହରାଇବ ବୋଲି ଦମ୍ଭୋକ୍ତି କରିଛନ୍ତି । ଅହମ୍ମଦାବାଦ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାହୁଲ ଏପରି କିଛି କହିଛନ୍ତି । ଗୁଜରାଟ ସମ୍ପର୍କରେ ରାହୁଲ କହିଛନ୍ତି, “ଏଠାରେ ସେମାନେ ଯେମିତି ଆମ ଅଫିସଗୁଡ଼ିକ ଭାଙ୍ଗୁଛନ୍ତି, ଆମେ ସେମିତି ତାଙ୍କ ସରକାର ଭାଙ୍ଗିବାକୁ ଯାଉଛୁ । ଏବେ ଆମ ପାଖରେ ୨/୩ ବର୍ଷ ରହିଛି । ତେଣୁ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଅଛି । ଆମେ ନିଶ୍ଚିତ ବିଜୟ ଲାଭ କରିବୁ । ୩୦ ବର୍ଷ ପରେ ଆମେ ଗୁଜରାଟରେ ସରକାର ଗଠନ କରିବାକୁ ଯାଉଛୁ । ମୁଁ, ମୋ ଭଉଣୀ ଓ ଦଳର ସମସ୍ତ ନେତା ଆପଣଙ୍କ ସହ ଛିଡ଼ା ହେବାକୁ ପ୍ରସ୍ତୁତ ।”
ରାହୁଲ ନିଜ ଭାଷଣରେ କହିଛନ୍ତି, ଉତ୍ତରପ୍ରଦେଶର ଅଯୋଧ୍ୟା ଭଳି ଗୁଜରାଟରେ ମଧ୍ୟ କଂଗ୍ରେସ ନରେନ୍ଦ୍ର ମୋଦୀ ଓ ବିଜେପିର ଅନ୍ୟ ନେତାମାନଙ୍କୁ ହରାଇବ । ଏତଦ୍‌ବ୍ୟତୀତ ଅଯୋଧ୍ୟାର ରାମମନ୍ଦିର ଏବଂ ଏଠାରେ ଏୟାରପୋର୍ଟ ନିର୍ମାଣ ପାଇଁ ଅଯୋଧ୍ୟାର ଚାଷୀମାନେ ସେମାନଙ୍କ ଜମି ହରାଇଥିଲେ, ଆଜି ପର୍ଯ୍ୟନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଇନାହିଁ । ଆଉ ଯେଉଁମାନଙ୍କୁ କିଛି ମାତ୍ରାରେ କ୍ଷତିପୂରଣ ଦିଆଯାଇଛି ତାହା ମଧ୍ୟ ଉଚିତ୍ ମୂଲାଙ୍କନ ନୁହେଁ । ଏତଦ୍‌ବ୍ୟତୀତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ଉଦ୍‌ଘାଟନ ବେଳେ ମଧ୍ୟ ଅଯୋଧ୍ୟାବାସୀଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଏହା ବିଜେପିର ଅଂହକାର ଥିଲା । କିନ୍ତୁ ଅଯୋଧ୍ୟାବାସୀ ବିଜେପିର ଅହଂକାରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଯେଉଁ ଅଭିଯାନ ଆଡ୍‌ଭାନୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଓ ଯାହାର କେନ୍ଦ୍ର ଅଯୋଧ୍ୟା ଥିଲା, ଇଣ୍ଡିଆ ମେଣ୍ଟ ଉକ୍ତ ଅଭିଯାନକୁ ଅଯୋଧ୍ୟାରେ ପରାସ୍ତ କରିଛି ବୋଲି ରାହୁଲ କହିଛନ୍ତି । ରାହୁଲ ଆଉ ପାଦେ ଆଗେଇ ଯାଇ କହିଛନ୍ତି ଯେ, ଯଦି ମୋଦୀ ଅଯୋଧ୍ୟାରୁ ପ୍ରାର୍ଥୀ ହୋଇଥାନ୍ତେ ତେବେ ସେ ମଧ୍ୟ ଏଠାରୁ ପରାଜିତ ହୋଇଥାନ୍ତେ । କେବଳ ନିଜ ରାଜନୈତିକ ଭବିଷ୍ୟତ ଶେଷ ହୋଇଯିବା ଭୟରେ ମୋଦୀ ଅଯୋଧ୍ୟାରୁ ନିର୍ବାଚନ ନଲଢ଼ି ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବୋଲି ରାହୁଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking