ମୁମ୍ବାଇ: ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରେ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ବ୍ୟକ୍ତିଗତଭାବେ ହାଜର ହେବାକୁ ୨୦୨୩ ଜାନୁଆରୀ ୨୫ ପର୍ଯ୍ୟନ୍ତ ରାହୁଲଙ୍କୁ ସମନ ଜାରି କରାଯାଇପାରିବନି ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦କୁ ଧାର୍ଯ୍ୟ କରାଯାଇଛି । ୨୦୧୮ରେ ରାଫେଲ ବିମାନ କିଣାକୁ ନେଇ ରାହୁଲ କୁଆଡେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘କମାଣ୍ଡର-ଇନ୍-ଥିଫ୍’ ଆଖ୍ୟା ଦେଇଥିଲେ । ଏହାକୁ କେନ୍ଦ୍ରକରି ମହାରାଷ୍ଟ୍ରର ଜଣେ ବିଜେପି ନେତା ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ । ନିମ୍ନ ଅଦାଲତଙ୍କ ପକ୍ଷରୁ ସମନ ଜାରି କରାଯାଇଥିବାବେଳେ ରାହୁଲ ଏହାର ପ୍ରତିବାଦରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।