29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶସାଂସଦ ପଦ ଫେରିପାଇଲେ ରାହୁଲ

ସାଂସଦ ପଦ ଫେରିପାଇଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି । ଲୋକସଭା ସଚିବାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି । ମୋଦି ସାଙ୍ଗିଆ ମାମଲାରେ ରାହୁଲଙ୍କୁ ସୁରତର ଏକ କୋର୍ଟ ୨ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଥିଲେ । ଯାହା ଉପରେ ଗତ ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ । ଆଉ ଏଥିପାଇଁ ନିଜର ସାଂସଦ ସଦସ୍ୟତା ପଦ ଫେରିପାଇଛନ୍ତି ।

ଲୋକସଭା ସଚିବାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି, ୨୪ ମାର୍ଚ୍ଚରେ ରାହୁଲଙ୍କ ସାଂସଦ ସଦସ୍ୟତା ପଦ ରଦ୍ଦ କରାଯାଇଥିଲା । ଏହାପରେ ସୁପ୍ରିମକୋର୍ଟ ନୂଆ ଆଦେଶ ଦେଇଛନ୍ତି । ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଯିବା ସହିତ ୪ ଅଗଷ୍ଟରେ ଆସିଥିବା ଆଦେଶରେ ରାହୁଲଙ୍କ ସାଂସଦ ପଦ ଫେରିପାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଆବେଦନର ଶୁଣାଣି ଶେଷ ନହେବା ଯାଏ ଦଣ୍ଡାଦେଶ ଉପରେ ରୋକ ଜାରି ରହିବ । ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରୋକ ଲଗାଇ ନଥିଲେ ୨୦୨୪ ନିର୍ବାଚନ ସେ ଲଢ଼ି ପାରି ନଥାଆନ୍ତେ ।

ସୂଚନାଯୋଗ୍ୟ, ୨୦୧୯ର ଏହି ନିର୍ବାଚନୀ ସଭାରେ ମୋଦି ସାଙ୍ଗିଆକୁ ନେଇ କଟୁକ୍ତି ପ୍ରକାଶ କରିଥିବା ରାହୁଲଙ୍କ ବିରୋଧରେ ରାୟ ପ୍ରକାଶ କରି ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ରାହୁଲଙ୍କ ଏହି ବୟାନ ପୂରା ମୋଦି ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି ଏକ ମାନହାନି ମାମଲା ରୁଜୁ କରିଥିଲେ । ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଯାହାକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ପଦ ହରାଇଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking