କାର୍ଗିଲ୍ : ଲଦାଖ୍ ଗସ୍ତରେ ଥିବା କଂଗ୍ରେସ ନେତା ଶୁକ୍ରବାର କାର୍ଗିଲ୍ରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସର ଭାରତ-ଚୀନ୍ ସୀମାରେ ଜାରୀ ଗତିରୋଧକୁ ନେଇ ରାହୁଲ କହିଛନ୍ତି, ଚୀନ୍ ଆମଠାରୁ ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି । ମାତ୍ର ପ୍ରଧାନମନ୍ତ୍ରୀ ଏହା ଉପରେ ମିଛ କହୁଛନ୍ତି । ସେ କହୁଛନ୍ତି, ଗୋଟିଏ ଇଞ୍ଚ ଜମି ବି ଯାଇନାହିଁ, ଏହା ସମ୍ପୂର୍ଣ୍ଣ ମିଛ । ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ପକ୍ଷରୁ ମଧ୍ୟ ପ୍ରତିଆକ୍ରମଣ କରାଯାଇଛି । ବିଜେପି ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଏହି ସବୁ ସୂଚନା ରାହୁଲଙ୍କୁ କିଏ ଦେଉଛି ।
ତାଙ୍କର ଚୀନ୍ ସହିତ କ’ଣ ସମ୍ପର୍କ? ସେ ସବୁବେଳେ ଆଧାରହୀନ କଥା କହୁଛନ୍ତି । କାର୍ଗିଲ୍ରେ ନିଜର ଲଦାଖ୍ ଗସ୍ତର ସମାପନ କରି ରାହୁଲ ଶୁକ୍ରବାର ଶ୍ରୀନର ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ସେ ଦୁଇଦିନ ହାଉସ୍ବୋଟ ଏବଂ ହୋଟେଲ୍ରେ କଟାଇବେ । ଶନିବାର ସୋନିଆ ଗାନ୍ଧୀ ମଧ୍ୟ ଶ୍ରୀନଗର ଯିବେ । ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ବିକାର ରସୁଲ ବାନୀ କହିଛନ୍ତି, ଏହା ରାହୁଲଙ୍କ ପାରିବାରିକ ଗସ୍ତ । ଏହି ଅବସରରେ ସେ କୌଣସି ରାଜନୈତିକ ମିଟିଂ କରିବେ ନାହିଁ ।