24.1 C
Bhubaneswar
Sunday, October 20, 2024
Homeଓଡିଶା୭ ରେ ରାହୁଲ ଗାନ୍ଧୀଙ୍କ ରୋଡ ସୋ

୭ ରେ ରାହୁଲ ଗାନ୍ଧୀଙ୍କ ରୋଡ ସୋ

ରାଉରକେଲା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସୁନ୍ଦରଗଡ଼ରେ ରାଜନୈତିକ ପାଣିପାଗ ସେତିକି ଗରମ ହେଉଛି। ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ବିଜେଡିରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ଆସନ୍ତା ୬ ଓ ୭ ତାରିଖ ଦୁଇ ଦିନ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଭାରତଯୋଡ଼ୋ ନ୍ୟାୟ ଯାତ୍ରା’ ସୁନ୍ଦରଗଡ଼ରେ ହେବାକୁ ଯାଉଛି। ବହୁବର୍ଷ ପରେ ରାହୁଲ ଗାନ୍ଧୀଙ୍କ ଜିଲ୍ଲା ଆଗମନକୁ ନେଇ ନେତା ଓ କର୍ମୀଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। କଂଗ୍ରେସର ‘ଭାରତଯୋଡ଼ୋ ନ୍ୟାୟଯାତ୍ରା’କୁ ସୁନ୍ଦରଗଡ଼ରେ ସଫଳ କରିବାକୁ ଜିଲ୍ଲା କଂଗ୍ରେସ ପୂରା ଦମ୍‌ ଲଗାଇଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking