24.1 C
Bhubaneswar
Friday, March 6, 2026
Homeଦେଶ ବିଦେଶଆସାମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବେ ରାହୁଲ ଗାନ୍ଧୀ

ଆସାମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ :ସୋମବାର ଆସାମରେ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବେ ରାହୁଲ ଗାନ୍ଧୀ । ଲୋକସଭାରେ ବିରୋଧୀ ଦଳର ନେତା ହେବା ପରେ ଏହା ତାଙ୍କର ପ୍ରଥମ ଉତ୍ତର-ପୂର୍ବ ଗସ୍ତ ହେବ। ଦିନକୁ ଦିନ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଓ ନଦୀ ପ୍ରବାହିତ ହେତୁ ରାଜ୍ୟ ପ୍ରବଳ ବନ୍ୟା ପରିସ୍ଥିତିର ମୁକାବିଲା କରୁଛି। ୨୮ ଟି ଜିଲ୍ଲାର ପ୍ରାୟ ୨୨.୭୦ ଲକ୍ଷ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ। ବନ୍ୟ ପ୍ରପୀଡ଼ିତଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବାକୁ ରାହୁଲ ଗାନ୍ଧୀଙ୍କ ଆସାମ ଗସ୍ତ କରୁଛନ୍ତି। ରାହୁଲ ଗାନ୍ଧୀ ଆଜି ଆସାମର କଚର ଜିଲ୍ଲାର ସିଲଚରର କୁମ୍ବିଗ୍ରାମ ବିମାନବନ୍ଦରରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି। ସେ ଲାଖୀପୁରର ଏକ ବନ୍ୟା ସହାୟତା ଶିବିର ପରିଦର୍ଶନ କରିବେ ଏବଂ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହ ଯୋଗାଯୋଗ କରିବେ ବୋଲି ମୁଖପାତ୍ର କହିଛନ୍ତି।ରାହୁଲ ଗାନ୍ଧୀ ମଣିପୁରର ଜିରିବାମ ଜିଲ୍ଲାକୁ ଯେଉଁ ମାର୍ଗରେ ଯିବେ ସେହି ମାର୍ଗରେ ଏହି ଶିବିର ରହିଛି ବୋଲି ସୂଚନା ରହିଛି।ରାହୁଲ ଜିରାମରୁ ଆସାମର ସିଲଚର ବିମାନ ବନ୍ଦରକୁ ଫେରିବେ ଏବଂ ମଣିପୁର ଗସ୍ତ ପାଇଁ ଇମ୍ଫାଲକୁ ଉଡ଼ାଣ ଭରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking