27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଜି-୨୦ ସମ୍ମିଳନୀ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

ଜି-୨୦ ସମ୍ମିଳନୀ ପୂର୍ବରୁ ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

ବ୍ୟୁରୋ : ଆଗାମୀ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ବିଶ୍ୱର ନାମୀଦାମୀ ଦେଶ ଯୋଗ ଦେବେ । ଅତିଥୀମାନଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀରେ ସମସ୍ତପ୍ରକାର ପ୍ରସ୍ତୁତି ସରିଛି । ଦେଶ ଏକ ବଡ ସମ୍ମିଳନୀକୁ ନେଇ ଉତ୍ସାହିତ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ଗତକାଲିଠୁ ଏକ ସପ୍ତାହ ଯାଏଁ ୟୁରୋପ ଗସ୍ତରେ ବାହାରିସାରିଛନ୍ତି । ଏହି ଗସ୍ତରେ ରାହୁଲ ୟୁରୋପ ସଂଘର ଆଇନଜୀବୀ, ଛାତ୍ର ଏବଂ ପ୍ରବାସୀ ଭାରତୀଙ୍କୁ ଭେଟିବେ ଓ ବୈଠକ କରିବେ ।ମିଳିଥିବା ସୂଚନା ଅନୁସାରେ, ରାହୁଲ ଗାନ୍ଧୀ ଆସନ୍ତା ୭ତାରିଖରେ ୟୁରୋପର ବ୍ରୁସେଲ୍ସରେ ୟୁରୋପ ସଂଘର ଆଇନଜୀବୀଙ୍କୁ ଭେଟି ବୈଠକ କରିବେ । ସେହିପରି ୮ତାରିଖ ଦିନ ପ୍ୟାରିସର ଏକ ୟୁନିଭରସିଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବେ । ଆସନ୍ତା ୯ତାରିଖ ଦିନ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଏକ ଶ୍ରମିକ ସଂଗଠନର ଏକ ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାହୁଲ ଗାନ୍ଧୀ ନରୱେ ଯିବେ । ୧୦ ତାରିଖରେ ସେଠାରେ ଆୟୋଜିତ ହେବାକୁ ଥିବା ଏକ ପ୍ରବାସୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ବିଦେଶ ଗସ୍ତ ପରେ ରାହୁଲ ଗାନ୍ଧୀ ଆସନ୍ତା ୧୧ତାରିଖରେ ଭାରତ ପେରିବେ । ଅର୍ଥାତ୍ ଜି-୨୦ ଶିଖର ସମ୍ମିଳନୀ ସମାପ୍ତ ହେବାର ଗୋଟିଏ ଦିନ ପରେ ଭାରତ ଫେରିବେ ରାହୁଲ ଗାନ୍ଧୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking