ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ସୁରତ ଜିଲ୍ଲା କୋର୍ଟ । ମୋଦି ସରନେମ ମନ୍ତବ୍ୟ ପାଇଁ ଦେଇଥିଲେ ବିବାଦୀୟ ବୟାନ । ୨୦୧୯ ଲୋକସଭା ନିର୍ବାଚନ ବେଳେ ଦେଇଥିଲେ ବୟାନ । କର୍ଣ୍ଣାଟକ କୋଲାର ରାଲିରେ ଏଭଳି ବୟାନ ରଖିଥିଲେ । ସେ ସମୟରେ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ ।ଏହାକୁ ନେଇ ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା ମାମଲାର ଶୁଣାଣି କରି ସୁରତ ଜିଲ୍ଲା ନ୍ୟାୟାଳୟ ରାହୁଲ ଗାନ୍ଧି ଦୋଷୀ ବୋଲି ରାୟ ଦେଇଛନ୍ତି । ସବୁ ‘ମୋଦି’ ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧି ।୪ ବର୍ଷ ତଳର ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ । ଦାଏର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ । ଏହାରୀ ଭିତରେ ରାହୁଲଗାନ୍ଧିଙ୍କୁ ୨ ଜେଲ ସହ ଜାମିନ ମିଳିସାରିଛି ।