18.1 C
Bhubaneswar
Tuesday, November 26, 2024
Homeଅପରାଧଗୁଟ୍‌ଖା ଟ୍ରକ୍‌ରୁ ରାହାଜାନୀ, ୪ ନକଲି ଜିଏସ୍‌ଟି ଅଧିକାରୀ ଗିରଫ

ଗୁଟ୍‌ଖା ଟ୍ରକ୍‌ରୁ ରାହାଜାନୀ, ୪ ନକଲି ଜିଏସ୍‌ଟି ଅଧିକାରୀ ଗିରଫ

ଛତ୍ରପୁର: ଛତ୍ରପୁର ସହରର କିଛି ଯୁବକ ନକଲି ଜିଏସ୍‌ଟି ଅଧିକାରୀ ସାଜି ଜାତୀୟ ରାଜପଥରେ ବଟି ଆଦାୟ ସହ ବିଭିନ୍ନ ଟ୍ରକରୁ ରାହାଜାନୀ କରୁଥିଲେ । ଛତ୍ରପୁର ପୁଲିସ ହାତରେ ଧରାପଡ଼ିଛନ୍ତି ଏହି ଦୁର୍ବୃତ୍ତମାନେ । ଅଭିଯୁକ୍ତମାନେ ହେଲେ ଦେବାଶୀଷ ପଟ୍ଟନାୟକ ଓରଫ( ଜଗା), ସୀମାଞ୍ଚଳ ପଣ୍ଡା, ସୁଶାନ୍ତ କୁମାର ଦଳେଇ ଓରଫ ଦିପୁ ଓ ଟି.ଗୋପାଳ ରାଓ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ୧୬ ନଂ ଜାତୀୟ ରାଜପଥରେ । ସେମାନେ ଟ୍ରକ ମାଲିକଙ୍କୁ ଧମକ ଦେବା ସହ ମାଡ଼ ମାରି ଗୁଟ୍‌ଖା ଲୁଟ୍ କରିଥିଲେ । ସେମାନଙ୍କ ଠାରୁ ଜବତ ଗୁଟ୍‌ଖାର ମୂଲ୍ୟ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଗତ ୨୧ ତାରିଖରେ କଲିକତାରୁ ଆନ୍ଦ୍ରକୁ ଏକ ଯୋଗେ ଚାଉଳ ଓ ଡିଲକ୍ସ ପାନ ମସଲା ଯାଉଥିଲା । ଛତ୍ରପୁର ନିକଟସ୍ଥ ଉଜଳେଶ୍ୱର ମନ୍ଦିର ନିକଟରେ ଜିଏସଟି ଅଧିକାରୀ କହି ଗାଡ଼ିକୁ ଯାଞ୍ଚ କରିଥିଲେ ଏହି ୪ ଜଣ ଅସାମାଜିକ ଯୁବକ ।

୫ ଲକ୍ଷ ଟଙ୍କା ଦେବା ପାଇଁ ଟ୍ରକ ଡ୍ରାଇଭରକୁ ଦାବି କରିଥିଲେ । ଯାହାଫଳରେ ଟ୍ରକ ଡ୍ରାଇଭର ଫୋନ ପେ’ ମାଧ୍ୟମରେ ୧ ଲକ୍ଷ ୪୦ ହଜାର ଟଙ୍କା ପଠାଇଥିଲେ । ବଳକା ଟଙ୍କା ପାଇଁ ସେମାନେ ଡ୍ରାଇଭରକୁ ଆକ୍ରମଣ କରିବା ସହ ୬୦ ବସ୍ତା ଗୁଟ୍‌ଖା ନେଇ ପଳାଇଥିଲେ । ଏନେଇ ଡ୍ରାଇଭର ଏମ୍‌. ରମେଶ ଛତ୍ରପୁର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁକୁ କରିଥିଲା । ଏହାର ତଦନ୍ତ କରି ଏହି ୪ ଜଣକୁ ଧରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପିକେ ଦଳେଇ ଓ ଡିଏସପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୪୦ ହଜାର ଟଙ୍କା ସହ ୬୦ ବସ୍ତା ଗୁଟଖା ଜବତ ହୋଇଛି । ଡକାୟତିରେ ବ୍ୟବହାର ହୋଇଥିବା ୨ଟି କାତି ଓ ୫ଟି ମୋବାଇଲ୍ ଫୋନ୍ ଜବତ ହୋଇଛି । ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏସ୍‌ଆଇ ସିଲୁ ଧଳ ଓ ଥାନା କର୍ମଚାରୀ ଆସାମୀମାନଙ୍କୁ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking