25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ

ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ

ବର୍ଲିନ : ଯଦି କୌଣସି ଟ୍ରିପ୍‌ରେ ଯିବା ପାଇଁ ଆପଣଙ୍କୁ ଚାକିରୀ ଛାଡି ଦେବାକୁ କୁହାଯାଏ, କ’ଣ ଆପଣ ଚାକିରୀ ଛାଡିଦେବେ ନୁହେଁ ନା । ସାଧାରଣତଃ ଟ୍ରିପ୍ କିମ୍ବା ଭ୍ୟାକେଶନ କଥା ଉଠିଲେ ଲୋକଙ୍କ ପାଟିରୁ ବାହାରିଥାଏ, ମାଲିକ କିମ୍ବା ଅଫିସରେ ବୁଝି ଏ ସମ୍ପର୍କରେ ଜଣାଉଛି । ଆଉ ଯଦି ଏହି ଟ୍ରିପ୍ ଲମ୍ବା ସମୟର ଥାଏ ତେବେ ବାଧ୍ୟ ହୋଇ ଏହାକୁ କ୍ୟାନଶଲ କରିବାକୁ ପଡେ । ନିକଟରେ ଜର୍ମାନୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ବ୍ୟକ୍ତିଜଣକ ନିଜ କୁକୁରଙ୍କୁ ବୁଲାଇବା ପାଇଁ ଚାକିରୀ ଛାଡି ଦେଇଛନ୍ତି । ୨୭ ବର୍ଷିୟ ୟାନିକ ବ୍ଲୋଜମ୍ୟାନ ନିଜ କୁକୁର କାର୍ଲଙ୍କୁ ବୁଲାଇବାକୁ ଚାକିରୀ ଛାଡି ଦେଇଛନ୍ତି । ଚାକିରୀ ଛାଡି ସେ ଏବେ କାର୍ଲଙ୍କ ସହ ବିଶ୍ୱ ଭ୍ରମଣରେ ବାହାରିଛନ୍ତି । ଏଯାଏଁ ସେ ନରୱେରୁ ଇଟାଲୀ ପର୍ଯ୍ୟନ୍ତ ୩୭୨୮ ମାଇଲ ଯାତ୍ରା କରୁଛନ୍ତି । ନିଜ ପୋଷା କୁକୁର କାର୍ଲ ସହ ବିଶ୍ୱ ଭ୍ରମଣ ପାଇଁ ୟାନିକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚାକିରୀ ସୁଦ୍ଧା ଛାଡି ଦେଇଥିଲେ । ୟାନିକ ୨୦୨୩ ଜୁଲାଇରେ ନିଜରର ଯାତ୍ରା ଆରମ୍ଭ କରିଥିଲେ ।

ସେ ଜର୍ମାନୀରୁ ନରୱେ, ଡେନମାର୍କ, ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲୀକୁ ଯାତ୍ରା କରିଥିଲେ । ଏସମ୍ପର୍କରେ ସେ କହିଛନ୍ତି, ୟାନିକ ଓ କାର୍ଲ ଯାତ୍ରା ସମୟରେ ଜଙ୍ଗଲ, ବେଳାଭୂମି, ତୁଷାରପାତ ହେଉଥିବା ଚମତ୍କାର ସ୍ଥାନ, ମରୁଭୂମି ଓ ପାହାଡ ଉପଭୋଗ କରିଥିଲ । ଏହିପରି ଦୈନିକ ଆମେ ୧୩ ମାଇଲ ଯାତ୍ରା କରୁଛୁ । କାର୍ଲ ସହ କିଛିି ସ୍ମୃତି ସଂଗ୍ରହ ପାଇଁ ଏହିଭଳି ଅହରହ ଯାତ୍ରା କରୁଛୁ । ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୋ ପାଖରେ ୩ଟି ବିକଳ୍ପ ଥିଲା । ଚାକିରୀ କରିବି, ଅଧ୍ୟୟନ କରିବି କିମ୍ବା ମୋର ସଉକ ବା ହବିକୁ ପୂରଣ କରିବି । ଶେଷରେ ମୁଁ ୩ୟ ବିକଳ୍ପକୁ ବାଛିଥିଲି । ନିଜର ସଉକକୁ ପୂରଣ କରିବା ପାଇଁ ଗୋଟିଏ ବର୍ଷ କାମ କରି ୫.୫୦ ଲକ୍ଷ ଟଙ୍କା ସଞ୍ଚୟ କରଥିଲି । ଏହାପରେ ଯାତ୍ରା ଆରମ୍ଭ କରିଥିଲି । ଏବେ ୟୁରୋପ ଦେଇ ଯାତ୍ରା କରୁଛୁ । ମୋର ନିଷ୍ପତ୍ତି ମୋତେ ବହୁତ ଖୁସି ଦେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking