ଭୁବନେଶ୍ୱର : ବିଧାନସଭା ଶୂନ୍ୟକାଳରେ ଉଠିଲା ରାସନ କାର୍ଡ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ । ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡର ଆଧାର ଲିଙ୍କ ହୋଇଛି କି ବୋଲି ପ୍ରଶ୍ନ କଲେ । ସେ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ କାର୍ଡ ପାଇଁ ୬ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଥିଲେ, ତେବେ ତାଙ୍କୁ ସାମିଲ କରିବେ କିଏ ? ଯଦି ୨୫ ଲକ୍ଷ ଭୂତ କାର୍ଡ ତେବେ ସେଗୁଡିକର ଆଧାର ଲିଙ୍କ ହୋଇଛି କି ? ଯଦି ହୋଇଛି ତାହା ସ୍ପଷ୍ଟ କରନ୍ତୁ ବୋଲି କହିଲେ ପ୍ରତାପ ଦେବ ।