23.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶନାଟୋ ଦେଶର ଅସ୍ତ୍ରଶସ୍ତ୍ରକୁ ପୁତିନ୍‌ଙ୍କ ଟାର୍ଗେଟ୍‌

ନାଟୋ ଦେଶର ଅସ୍ତ୍ରଶସ୍ତ୍ରକୁ ପୁତିନ୍‌ଙ୍କ ଟାର୍ଗେଟ୍‌

କିଭ୍‌: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ଏବେ କେବଳ ୟୁକ୍ରେନ୍ ଉପରେ ଆକ୍ରମଣକୁ ଗୁରୁତ୍ୱ ଦେଉନାହାନ୍ତି ବରଂ ୟୁକ୍ରେନ୍‌କୁ ନାଟୋ ସଂଗଠନ ତଥା ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ମିଳୁଥିବା ସହାୟତା ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖିଛନ୍ତି। ଏହି କ୍ରମେ ଶନିବାର ନାଟୋ ସଂଗଠନ ପକ୍ଷରୁ ୟୁକ୍ରେନ୍‌କୁ ପଠାଯାଉଥିବା ଏକ ଏଟିଏସିଏମ୍‌ଏସ୍ ଭର୍ତ୍ତି ଟ୍ରେନ୍‌କୁ ପୁତିନ୍‌ଙ୍କ ସେନାବାହିନୀ ଉଡାଇ ଦେଇଛନ୍ତି। ଏଭଳି ଏକ ଟ୍ରେନ୍ ନାଟୋ ସଂଗଠନ ପକ୍ଷରୁ ୟୁକ୍ରେନ୍ ମୁହାଁ ହୋଇଥିବା ନେଇ ରୁଷ୍ ଗୁଇନ୍ଦା ବିଭାଗ (ମୁସାଦ୍‌)କୁ ସୂଚନା ମିଳିଥିଲା। ଏହାପରେ ରୁଷ୍ ସେନା ଆକାଶମାର୍ଗରୁ ମିସାଇଲ୍ ଆଟାକ୍ କରିବା ପୂର୍ବକ ଏହି ଟ୍ରେନ୍‌ଟିକୁ ଟାର୍ଗେଟ୍ କରିଥିଲା। ମିସାଇଲ୍ ମାଡ଼ରେ ସମ୍ପୂର୍ଣ୍ଣ ଟ୍ରେନ୍‌ଟି ହିଁ ନଷ୍ଟ ହୋଇଯାଇଛି।

ସେହିପରି ଏଥିରେ ଥିବା ଏଟିଏସିଏମ୍‌ଏସ୍ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି। ରିପୋର୍ଟ ଅନୁସାରେ ଏହି ଟ୍ରେନ୍‌ଟି ରୋମାନିଆରୁ ୟୁକ୍ରେନ୍ ଅଭିମୁଖେ ଆସୁଥିଲା। ସେହିପରି ଏଥିରେ ଆମେରିକା ନିର୍ମିତ ଏଟିଏସିଏମ୍‌ଏସ୍ ମିସାଇଲ୍ ସହ ବ୍ରିଟିଶ ନିର୍ମିତ ଷ୍ଟର୍ମ ସ୍ୟାଡୋ ମିସାଇଲ୍ ଏବଂ ଅନ୍ୟ ମାରଣାସ୍ତ୍ରଗୁଡ଼ିକ ମଧ୍ୟ ରହିଥିଲା। ତେବେ ରୁଷ୍ ସେନା ଏହି ଟ୍ରେନ୍‌ଟିକୁ ବିସ୍ଫୋରଣରେ ଉଡାଇଦେବା ଫଳରେ ଏସବୁ ଅସ୍ତ୍ରଶସ୍ତ୍ରଗୁଡ଼ିକ ନଷ୍ଟ ହୋଇଯାଇଛି। ଓଡେଶା ନିକଟରେ ହିଁ ଏହି ମାରଣାସ୍ତ୍ର ବୋଝେଇ ଟ୍ରେନ୍ ଉପରେ ରୁଷ୍ ସେନା ଆକ୍ରମଣ କରିଥିଲା।

ୟୁକ୍ରେନ ପକ୍ଷରୁ ରୁଷ୍ ଉପରେ ଆମେରିକା ନିର୍ମିିତ ଦୂରଗାମୀ କ୍ଷେପଣାସ୍ତ୍ର ଏଟିଏସିଏମ୍‌ଏସ୍ ଦ୍ୱାରା ଆକ୍ରମଣ କରାଯିବା ପରଠାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ରୁଷ୍ ବିରୋଧରେ ଆକ୍ରମଣକୁ ଅଧିକ ତୀବ୍ରତର କରିଛନ୍ତି। ୟୁକ୍ରେନ ଉପରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି। ଏସବୁ ମଧ୍ୟରେ ନାଟୋ ସଂଗଠନ ପକ୍ଷରୁ ୟୁକ୍ରେନ୍‌କୁ ଆସୁଥିବା ଏକ ଯୁଦ୍ଧସାମଗ୍ରୀ ବୋଝେଇ ଟ୍ରେନ୍‌କୁ ମିସାଇଲ ଆକ୍ରମଣାରେ ନଷ୍ଟ କରିଦିଆଯାଇଛି। ସିଧାସଳଖ ଏହି ଟ୍ରେନ ଉପରେ ଆକ୍ରମଣ କରିଛନ୍ତି ପୁଟିନ। ରୁଷ ଏହାର କ୍ଷେପଣାସ୍ତ୍ର ଦ୍ୱାରା ଏସିଏସିଏମଏସ ଦୂରଗାମୀ କ୍ଷେପଣାସ୍ତ୍ର ପରିବହନ କରାଯାଉଥିବା ନାଟୋ ଦେଶର ଟ୍ରେନକୁ ଉଡ଼ାଇ ଦେଇଛି।

ଟ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବା ସହିତ ୟୁକ୍ରେନ ଆକାଶ ଧୂଆଁମୟ ହୋଇଯାଇଥିଲା। ପ୍ରକାଶ, ଆମେରିକା ପକ୍ଷରୁ ଏହି ଦୂରଗାମୀ କ୍ଷେପଣାସ୍ତ୍ରଗୁଡ଼ିକୁ ପଶ୍ଚିମ ଦେଶଗୁଡ଼ିକୁ ଯୋଗାଇ ଦିଆଯାଇଥାଏ। ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ରୁଷ ଉପରେ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ ଅନୁମତି ଦେଇଥିଲେ। ଏହାପରେ ୟୁକ୍ରେନ ପକ୍ଷରୁ ଏଟିଏସିଏମଏସ ଦ୍ୱାରା ରୁଷ ଉପରେ ଆକ୍ରମଣ ଜାରି ରହିଛି। ଏହି କ୍ଷେପଣାସ୍ତ୍ର ଜରିଆରେ ୟୁକ୍ରେନ୍ ରୁଷ୍‌ର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକୁ ଟାର୍ଗେଟ କରୁଛି। ତେଣୁ ରୁଷ ପଶ୍ଚିମ ଦେଶଗୁଡ଼ିକ ପକ୍ଷରୁ ୟୁକ୍ରେନକୁ ଯୋଗାଣ କରାଯାଉଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକୁ ବାଟରେ ଧ୍ୱଂସ କରିଦେବାକୁ ଯୋଜନା ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking