ବ୍ରିଟେନ: ପେନ୍ସନ୍ ଟଙ୍କା ହାତେଇବା ପାଇଁ ମୃତ ବ୍ୟକ୍ତିଙ୍କୁ ଫ୍ରିଜରରେ ରଖିଲେ । ମାସେ କି ଦୁଇ ମାସ ନୁହେଁ ପ୍ରାୟ ୨ ବର୍ଷ ଧରି ଶବକୁ ଫ୍ରିଜରରେ ରଖାଯାଇଥିଲା । ଆଉ ଏହି ଟଙ୍କାରେ ଅଭିଯୁକ୍ତ ଜଣକ ଶପିଂ କରୁଥିଲେ । ବ୍ରିଟେନରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏନେଇ ଅଭିଯୁକ୍ତ ନିଜର ଅପରାଧ ମଧ୍ୟ ସ୍ୱୀକାର କରିଛନ୍ତି । ରିପୋର୍ଟ ଅନୁସାରେ, ୨୦୧୮ ମସିହା, ସେପ୍ଟେରରେ ଜନ୍ ୱେନରାଇଟ୍(୭୧)ଙ୍କ ମୃତ୍ୟୁ ଘଟିଥିଲା । ହେଲେ ୨୦୨୦ ମସିହା ଅଗଷ୍ଟ ୨୨ରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ସେବେଯାଏ ତାଙ୍କ ଶବକୁ ଫ୍ରିଜରରେ ରଖାଯାଇଥିଲା । ଏହି ମାମଲାରେ ମଙ୍ଗଳବାର ୫୨ ବର୍ଷୀୟ ଡାମିଅନ୍ ଜନ୍ସନ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ହେଲେ ପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି । ମୃତ ୱେନରାଇଟ୍ଙ୍କ ସବିଶେଷ ବ୍ୟାଙ୍କ ତଥ୍ୟ ବ୍ୟବହାର କରି ଡାମିଅନ୍ ଟଙ୍କା ଉଠାଇବା ସହ ଶପିଂ କରୁଥିଲେ । ମୃତ ୱେନରାଇଟ୍ଙ୍କ ପେନ୍ସନ୍ ଟଙ୍କାରେ ସେ ଏପରି କରୁଥିଲେ । ତେବେ ଠକେଇ ଅଭିଯୋଗକୁ ଡାମିଅନ୍ ଖଣ୍ଡନ କରିଛନ୍ତି । କେଉଁ କାରଣ ପାଇଁ ୱେନରାଇଟ୍ଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି । ସନ୍ଦେହ କରାଯାଉଛି ଯେ, ୱେନରାଇଟ୍ ଓ ଡାମିଅନ୍ ଉଭୟ ମିଶିକି ଫ୍ଲାଟ୍ରେ ରହୁଥିବା ବେଳେ ଏହି ଅପରାଧ ଘଟିଛି ।