20.1 C
Bhubaneswar
Saturday, February 14, 2026
Homeଓଡିଶାଶ୍ରୀମନ୍ଦିରରେ ନୀତି ବିଭ୍ରାଟ

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ

 

ପୁରୀ : ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ଯାଇଥିବା ବେଳେ ଶ୍ରୀମନ୍ଦିରରୁ ଆସିଛି ନିତି ବିଭ୍ରାଟ ଘଟଣା । ପ୍ରତିଦିନ ସଂଧ୍ୟାରେ ନୀଳଚକ୍ରରେ ଲାଗିଥାଏ ପତିତପାବନ ବାନା ।ତେବେ ଗତକାଲି ଶ୍ରୀମନ୍ଦିର ନୀଳଚକ୍ରରେ ବିଳମ୍ବରେ ଲାଗିଥିଲା ବାନା। ଦଇତା ଓ ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ଗତକାଲି ଏଭଳି ବିଭ୍ରାଟ ଦେଖାଯାଇଥିଲା। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ପତିତପାବନ ବାନା ଲଗାଇଥିଲେ ଚୁନରା ସେବାୟତ।ସେହିପରି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଛି। କାଳିଆ ସାଆନ୍ତ ନବଦିନାତ୍ମକ ଯାତ୍ରାରେ ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି । ଆଉ ଦିନକ ପରେ ଅର୍ଥାତ ସୋମବାର ବାହୁଡ଼ା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡ଼ିବେ ନୀଳମଣି। ଆଉ ଏଥିପାଇଁ ଗତକାଲିଠୁ ପ୍ରକ୍ରିୟା ଆରମ୍ଭ ହେଲାଗଲାଣି। ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଥିଲା। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯା‌ଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking