ନୂଆଦିଲ୍ଲୀ : ପଞ୍ଜାବର ନୁଆ ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀ ସୋମବାର ଦିନ ଶପଥ ଗ୍ରହଣ କରିସାରିବା ପରେ ପ୍ରଥମେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ପଞ୍ଜାବ ର ସମସ୍ତ ଗରିବ ଏବଂ କୃଷକମାନଙ୍କୁ ବିଜୁଳି ଏବଂ ପାଣି ବିଲ୍ ଛାଡ କରି ଦିଆଯିବ । ଚରଣଜୀତ ସିଂହ ଚନ୍ନୀ କହିଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ଏକ ଆଦମି ପାର୍ଟିକୁ ପଞ୍ଜାବ ର ସୁରକ୍ଷା ଦାୟିତ୍ୱ ଦିଆଯାଇଛି ।ଯାହା ଘରେ ଛାତ ନଥିଲା ତାକୁ ଆଜି କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ କରି ଦିଆଯାଇଛି । ଚରଣଜୀତ ସିଂହ ଚନ୍ନୀ ଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ କଂଗ୍ରେସ ର ଅଧ୍ୟକ୍ଷ ନବଜୋତ ସିଂହ ସିଧୁ , ପ୍ରଭାରୀ ହରିଶ ରାବତ ମଧ୍ୟ ଉପସ୍ଥିତ ଥିଲେ । ଚରଣଜୀତ ସିଂହ ଚନ୍ନୀ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀ ରେ ଭାବୁକ ହୋଇ ପଡିଥିଲେ । ସେ କହିଥିଲେ ଯେ, ସେ କେନ୍ଦ୍ର ସରକାର ଙ୍କୁ ନିବେଦନ କରିବେ କି ତିନୋଟି କୃଷି ନିୟମ କୁ ପ୍ରତ୍ୟାହାର କରି ନିଅନ୍ତୁ । ଯଦି ଏହି ନିୟମ ପ୍ରତ୍ୟାହାର ନ ହୁଏ , ତେବେ ପଞ୍ଜାବର ସବୁ କୃଷକ ପରିବାର ଉପରେ ଏହାର ପ୍ରଭାବ ପଡିବ ।
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସବୁ ଗରିବ ଙ୍କୁ ବିଜୁଳି ଦେୟ ଛାଡ କରି ଦିଆଯିବ । ଖୁବ୍ଶିଘ୍ର କ୍ୟାବିନେଟ ରେ ଏହାର ଶୁଣାଣି ହୋଇଯିବ । କଂଗ୍ରେସ ହାଇକମାଣ୍ଡ ଙ୍କ ଦ୍ୱାରା ଯେଉଁ ୧୮ ଟି ପ୍ରସଙ୍ଗ ଆମକୁ ପଞ୍ଜାବ ପାଇଁ ଦିଆଯାଇଛି , ତାକୁ ଆମେ ଏହି କାର୍ଯ୍ୟକାଳ ରେ ସମ୍ପୁର୍ଣ୍ଣ କରିବୁ । ସେ ପୁଣି କହିଛନ୍ତି ଯେ ଯେଉଁ କୃଷକଙ୍କର ବିଜୁଳି ସଂଯୋଗ ବିଛିନ୍ନ ହୋଇଛି ତାକୁ ପୁନଃ ସଂଯୋଗ କରାଯିବ ।