18.1 C
Bhubaneswar
Friday, December 19, 2025
Homeଓଡିଶାଲଗାଣ ବର୍ଷାରେ କଖାରୁ ଚାଷୀ କ୍ଷତିଗ୍ରସ୍ତ

ଲଗାଣ ବର୍ଷାରେ କଖାରୁ ଚାଷୀ କ୍ଷତିଗ୍ରସ୍ତ

ମାହାଙ୍ଗା: ମାହାଙ୍ଗା ବ୍ଲକ ହେଉଛି କୃଷି ପ୍ରଧାନ ଅଞ୍ଚଳ । ଏହି ବ୍ଲକର ଦ୍ୱୀପାଞ୍ଚଳର ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ପ୍ରକାର ପନିପରିବା ଫସଲ କରାଯାଇଥାଏ । ବିଶେଷ କରି ମୂଳବସନ୍ତ ,ହଂସଦିଆ, ଗୁଣୁପୁର, ସିପୁରା, କଲ୍ୟାଣପୁର, କୋଠପଦା, ବନଗୁରିଆ, ସମସରପୁର, ବାଜପୁରା,ଶଶିଲୋ, ଯଶରାଜପୁର ଆଦି ଅଞ୍ଚଳରେ ବହୁ ପରିମାଣରେ କଖାରୁ ଚାଷ କରି ଚାଷୀମାନେ ବେଶ ଲାଭବାନ ହୋଇଥାନ୍ତି । କିନ୍ତୁ ଲଗାଣ ବର୍ଷା ହେତୁ କଖାରୁ ଗଛଗୁଡ଼ିକ ହଳଦିଆ ପଡ଼ି କଖାରୁ ପଚିଯିବା ସହ ବିଲରେ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଚାଷାମାନେ ଏକର ଏକର କଖାରୁ ଚାଷ କରି କ୍ଷତି ସହିବା ସହ ଋଣଭାରରେ ବୁଡ଼ିରହିବା ସହ ମୁଣ୍ଡରେ ହାତ ଦେଇଥିବା ଜଣାଯାଇଛି ।
ଲଗାତାର ବର୍ଷାରେ ବିଲରେ ପାଣି ଜମି ରହିଥିବାରୁ ଗଛଗୁଡ଼ିକ ମରିବାକୁ ବସିଲାଣି । ଅଧା ପାଚିଲା କଖାରୁ ବିଲ ମୁଣ୍ଡରେ ଗଡୁଛି ତ ଆଉ ଯାହା ଅମଳ କରି ଗଛିତ ରଖିଛନ୍ତି ତାହା ମଧ୍ୟ ପଚିଯାଉଥିବା ଚାଷୀମାନେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଏହି ଚାଷ ପାଇଁ ଗୁଣ୍ଠ ପ୍ରତି ବିହନ, ସାର, ହଳ ଆଦି ପାଇଁ ଏକ ହଜାର ଟଙ୍କାରୁ ୂଊର୍ଦ୍ଧ୍ୱ ଖର୍ଚ୍ଚ ହେଉଥିବାରୁ ଯେଉଁ ଚାଷୀମାନେ ଏକର ଏକର କଖାରୁ ଚାଷ କରିଛନ୍ତି, ବିକିବା ପାଇଁ ହାଟ ବଜାର ସୁବିଧା ନ ଥିବା ଏବଂ କମ୍ ମୂଲ୍ୟରେ ବିକ୍ରି କରାଯାଉଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି । ଏହି ଅମଳ କଖାରୁକୁ ଅଧିକ ଦିନ ପାଇଁ ସଂରକ୍ଷିତ ରଖିବା ନିମନ୍ତେ ଶୀତଳ ଭଣ୍ଡାର ନ ଥିବାରୁ ଏହି କଖାରୁଗୁଡ଼ିକ କମ୍ ଦିନରେ ପଚି ନଷ୍ଟ ହୋଇଯାଉଛି । ଏବେ କଖାରୁ ମୂଲ୍ୟ ଏକ କି.ଗ୍ରା ପ୍ରତି ପ୍ରାୟ ୭ରୁ ୮ ଟଙ୍କା ବଜାର ଦର ଥିବାରୁ ଚାଷୀମାନେ ବିକ୍ରି କରି କ୍ଷତି ସହୁଛନ୍ତି । ବହୁ ଚାଷୀ ଏକର ଏକର ଚାଷ ପାଇଁ ଋଣ କରିଛନ୍ତି । ସେମାନେ କମ୍ ଦରରେ ବିକ୍ର କରି ଲାଭ ପାଇବା ଦୂରେ ଥାଉ ଋଣ କେମିତି ସୁଝିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ବିଗତ କିଛି ବର୍ଷ ହେଲା ଏଭଳି ପରିସ୍ଥିତି ଦେଖି କିଛି ଚାଷୀ ଚାଷ କରିବାକୁ ମନ ବଳାଉନାହାନ୍ତି । ଚାଷୀ ସନ୍ତୋଷ କର, ବାବାଜି ମହାପାତ୍ର, ଅବନୀକାନ୍ତ ପଣ୍ଡା, ବାଉରୀବନ୍ଧୁ ମଲ୍ଲିକ, ଶ୍ୟାମସୁନ୍ଦର ବାରିକଙ୍କ କହିବାନୁଯାୟୀ କୃଷକ ବଜାର, ଶୀତଳ ଭଣ୍ଡାର ନିର୍ମାଣ କରାଗଲେ ଚାଷୀମାନେ ଏହି ଅମଳ କଖାରକୁ ସାଇତି ରଖିବା ସହ କୃଷକ ବଜାର ଥିଲେ ଚଢ଼ା ଦରରେ ବିକ୍ରି କରି ଲାଭବାନ୍ ହୋଇପାରନ୍ତେ ବୋଲି କହିଛନ୍ତି । ଚାଷୀମାନଙ୍କ ଏଭଳି ସମସ୍ୟା ଉପରେ ସରକାର ଗୁରୁତ୍ୱଦେଇ ପଦକ୍ଷେପ ଗ୍ରହଣ କରିବା ସହ ସହାୟତା ପ୍ରଦାନ କରିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking