13.1 C
Bhubaneswar
Monday, December 15, 2025
Homeଦେଶ ବିଦେଶକମେଣ୍ଟ୍ରି ବକ୍ସରେ ନଜର ଆସିବେ ପୂଜାରା

କମେଣ୍ଟ୍ରି ବକ୍ସରେ ନଜର ଆସିବେ ପୂଜାରା

ନୂଆଦିଲ୍ଲୀ: ଦୀର୍ଘଦିନରୁ ଟେଷ୍ଟ ଟିମ୍‌ରୁ ଡ୍ରପ ହୋଇଥିବା ପୂଜାରା ବର୍ଡର ଗାଭାସ୍କର ଟ୍ରଫିରେ ଭିନ୍ନ ଦାୟିତ୍ୱ ନିର୍ବାହ କରିବେ। ଏଥିର ପୂଜାରା ବ୍ୟାଟ୍ ନୁହେଁ ମାଇକ ସହିତ କମେଣ୍ଟ୍ରି ବକ୍ସରେ ନଜର ଆସିବେ। ବର୍ଡର ଗାଭାସ୍କର ଟ୍ରଫିରେ ଏଥର ପୂଜାରା ହିନ୍ଦୀ କମେଣ୍ଟ୍ରି କରିବେ ବୋଲି ଜଣାପଡ଼ିଛି। ଦିନେଶ କାର୍ତ୍ତିକ କମେଣ୍ଟ୍ରି କରିବା ପରେ ମଧ୍ୟ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଫେରିଛନ୍ତି। ଏବେ ଚେତେଶ୍ୱର ପୂଜାରାଙ୍କ ସହିତ ଏମିତି କିଛି ଘଟୁଛି କି ନାହିଁ ଦେଖିବାକୁ ରହିଲା। ଭାରତୀୟ ଟିମର ସିନିଅର ଟେଷ୍ଟ ବ୍ୟାଟର ଚେତେଶ୍ୱର ପୂଜାରା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଭାରତ–ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ୫ଟି ମ୍ୟାଚ୍ ଖେଳାଯିବ। ଶୁବମନ ଗିଲ ୱାର୍ମ ଅପ୍ ମ୍ୟାଚରେ ଆହତ ହୋଇଛନ୍ତି। ସିରିଜ୍‌ର ପ୍ରଥମ ଟେଷ୍ଟ ଖେଳିପାରିବେନି ଗିଲ୍‌। ଏମିତିରେ ପୂଜାରାଙ୍କ ଅଭାବ ଟିମ୍‌ରେ ଦେଖାଦେବ। ସିରଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍ ପର୍ଥ ଷ୍ଟାଡିୟମରେ ୨୨ ନଭେମ୍ବରରୁ ଖେଳାଯିବ। ଗିଲଙ୍କ ଛଡା ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମ ଟେଷ୍ଟରେ ରହିବେ ନାହିଁ। ୨୦୧୮-୧୯ ଏବଂ ୨୦୨୦-୨୧ରେ ଭାରତ ଅଷ୍ଟ୍ରେଲିଆରେ ଲଗାତାର ଦୁଇ ବର୍ଡର ଗାଭାସ୍କର ଟ୍ରଫିରେ କବଜା କରିଥିଲା । ଏଥିରେ ପୂଜାରାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ୩୬ ବର୍ଷୀୟ ପୂଜାରା ଭାରତ ପାଇଁ ୧୦୩ ଟେଷ୍ଟ ମ୍ୟାଚରେ ୭୧୯୫ ରନ୍ କରିଛନ୍ତି। ପୂଜାରା ଆଇସିସି ୱାଲର୍ଡ ଚାମ୍ପିଅନସିପ ୨୦୨୧-୨୩ ଫାଇନାଲ ମ୍ୟାଚ ପରେ ଭାରତ ପାଇଁ ଆଉ କୌଣସି ଟେଷ୍ଟ ମ୍ୟାଚ ଖେଳିନାହାନ୍ତି । ୨୦୧୦ରୁ ୨୦୨୩ ପର୍ଯ୍ୟନ୍ତ ୨୪ଟି ମ୍ୟାଚରେ ୪୩ ଇନିଂସ ଖେଳି ୨୦୩୩ ରନ କରିଛନ୍ତି।

 

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking