ଭୁବନେଶ୍ୱର: ଟାଟା ପାୱାରର ଅନ୍ୟାୟ ପ୍ରତିବାଦରେ ୪ ଫେବୃଆରୀ ଗଣସମ୍ମିଳନୀ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟି ସଭାପତି ବିଦ୍ୟାଧର ମହାନ୍ତି । ବିଦ୍ୟୁତ୍ ଉପଭୋକ୍ତାଙ୍କ ଶୋଷଣ ବନ୍ଦ ହେଉ, ବିଦ୍ୟୁତ୍ ଦର କମାଯାଉ । ସମସ୍ତ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ (ମାସିକ) ବିଦ୍ୟୁତ୍ ଛାଡ କରାଯାଉ । ବିଦ୍ୟୁତ୍ ଉପଭୋକ୍ତା ଶୋଷଣ ବନ୍ଦ ହେଉ । ଚାଷ ଓ ଚାଷୀକୁ ମାଗଣା ବିଦ୍ୟୁତ ଦିଆଯାଉ । ସମସ୍ତ ମଧ୍ୟମ, କ୍ଷୁଦ୍ର, ଗୃହ ଶିଳ୍ପକୁ ୫୦% ବିଦ୍ୟୁତ୍ ଛାଡ କରାଯାଉ । ସ୍ମାର୍ଟ ମିଟର ବସାଇବା ଇଚ୍ଛାଧୀନ କରାଯାଉ । ସ୍ବତନ୍ତ୍ର ଅତିରିକୁ ସୁରକ୍ଷା ଅର୍ଥ ଦାଖଲ ବନ୍ଦ ହେଉ । ପର୍ଯ୍ୟଟନ ଶିଳ୍ପ ସହିତ ସମ୍ପର୍କିତ ସଂସ୍ଥାରୁ ବିଦ୍ୟୁତ୍ ଛାଡ କରାଯାଉ । ଶୀତଳ ଭଣ୍ଡାର ନିମନ୍ତେ ୫୦% ବିଦ୍ୟୁତ୍ ଛାଡ କରାଯାଉ ବୋଲି ଦାବି କରାଯାଇଛି ।










