ଖୋର୍ଦ୍ଧା: ବାଘମାରୀ ଥାନା ଓସ୍ତପୁର- କୋଟପଲ୍ଲାରେ ପୋଲିସର ଫ୍ଲାଗମାର୍ଚ୍ଚ । ଦୁଇ ଗାଁ ମଧ୍ୟରେ ସୀମା ବିବାଦକୁ ନେଇ ଦୋକାନ ବଜାର ଭଙ୍ଗାରୁଜା ହୋଇଛି । ୧୦ରୁ ୧୫ ଦୋକାନ ଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେଇଛି । ଟେକା ପଥର ମାଡ ହୋଇଛି । ଟେକା ପଥର ମାଡରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସେଠାରେ ତହସିଲଦାର, ଉପଜିଲ୍ଲାପାଳ, ଏସଡିପିଓ ଉପସ୍ଥିତ ଅଛନ୍ତି ।ଗାଁ ସୀମା ବିବାଦରୁ ଲାଗିଛି ବିଏନଏସ ଦାରା ୧୬୩ ।










