ରାଉରକେଲା: ରେଳ ଲାଇନ ନିର୍ମାଣକୁ ବିରୋଧରୁ ଯୁବକଙ୍କ ମୃତ୍ୟୁ ଘଟଣା । ଜିଦରେ ଅଟଳ ଗ୍ରାମବାସୀ । ଘଟଣାସ୍ଥଳରେ ଏବେ ବି ପଡିଛି ମୃତଦେହ । ରେଳ ଲାଇନ ନିର୍ମାଣକୁ ବିରୋଧ କରି ମୃତଦେହ ନେଉନାହାନ୍ତି ଲୋକେ । ଗତକାଲି ବରକାନି ଲୋକଙ୍କ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଜେସିବି ଆଗକୁ ଯୁବକ ଚାଲି ଆସିବାରୁ ଚାପି ହୋଇ ମୃତ୍ୟୁ ହୋଇଥିଲା । ଆରଏସପି ପକ୍ଷରୁ ରେଲୱେ ଲାଇନ ନିର୍ମାଣକୁ ବିରୋଧରୁ ତୁମୁଳକାଣ୍ଡ ହୋଇଥିଲା ।
ସୂଚନା ମୂତାବକ ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ପଞ୍ଚାୟତ ଡୁମେରତା ରେଳଷ୍ଟେସନରୁ ରାଉରକେଲା ଇସ୍ପାତ କାରଖାନା ପର୍ଯ୍ୟନ୍ତ ବିଛାଯାଉଥିବା ରେଳ ଲାଇନର ନିର୍ମାଣ କାର୍ଯ୍ୟ ବେଳେ ପୁଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଘଟଣାସ୍ଥଳରେ ନିୟୋଜିତ ଏକ ଜେସିବି ଧକ୍କାରେ ଜଣେ ବିକ୍ଷୋଭକାରୀଙ୍କ ଜୀବନ ଚାଲିଯିବା ପରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ । ଏଥିରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଜଣେ ଅତିରିକ୍ତ ତହସିଲଦାର ଏବଂ ବନ୍ଧମୁଣ୍ଡା ଆଇଆଇସିଙ୍କ ସମେତ ୮ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।