25.1 C
Bhubaneswar
Monday, January 12, 2026
Homeଓଡିଶା୩ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

୩ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଯାଜପୁର: ଯାଜପୁର ଜିଲ୍ଲା ଇପିଏଫ୍ ଅନ୍ତର୍ଭୁକ୍ତ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଶୁକ୍ରବାର ଜିଲ୍ଲା ପାଳଙ୍କ କାର୍ଯ୍ୟlଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାରାଯାଥିଲା। ଏହି ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ୩ ଦଫା ଦାବି ନେଇ ସଂଘର ଜିଲ୍ଲା ଶାଖାର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଯାଜପୁର ଜିଲ୍ଲାର ଉଠା ଜଳସେଚନ, ଫେରୋକ୍ରୋମ କାରଖାନା, କୋଣାର୍କ ଝୋଟକଳ, ଓଡିଶା ଖଣି ନିଗମ ଆଦି ବିଭିନ୍ନ ନିଗମ ଓ ଘରୋଇ ସଂସ୍ଥାର ଇପିଏଫ୍ ଅନ୍ତର୍ଭୁକ୍ତ କର୍ମଚାରୀମାନେ ସାମିଲ ଥିଲେ । ସେମାନଙ୍କୁ ମାସିକ ୧୦୦୦ ଟଙ୍କା ପେନସନ ପରିବର୍ତ୍ତେ କେନ୍ଦ୍ରୀୟ ହାରରେ 9ହଜାର ଟଙ୍କା ପେନସନ୍ ପ୍ରଦାନ କରିବା, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିତ ପେନସନ ପ୍ରଦାନ, ସମସ୍ତ ଇଫିଏଫ୍ ପେନସନ୍ ଭୋଗୀ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ଯୋଗାଇଦେବା ଆଦି ଦାବି ଗୁଡିକ ଦାବି ପତ୍ର ରେ ଉଲ୍ଲେଖ ରହିଛି ଏହି ଦାବି ଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking